ଡ୍ୟାଡ୍‌ଙ୍କ ବାହାଘର ପାଇଁ ମମ୍‌ ମୋତେ ପୋଷାକ ପିନ୍ଧାଇ ପ୍ରସ୍ତୁତ କରିଥିଲେ: ସାରା ଅଲ୍ଲି ଖାନ୍‌

ମୁମ୍ବାଇ: ନିକଟରେ ‘କଫି ଉଇଥ୍‌ କରଣ୬’ରେ ବାପାଝିଅ ସ୍ୱତନ୍ତ୍ର ଅଧ୍ୟାୟରେ ଅତିଥି ଭାବେ ଦେଖିବାକୁ ମିଳିଥିଲେ ସୈଫ୍‌ ଅଲ୍ଲି ଖାନ୍‌ ଓ ସାରା ଅଲ୍ଲି ଖାନ। ସେଠାରେ ସୈଫ୍‌ଙ୍କ ଦୁଇଟି ବିବାହ। କରୀନାଙ୍କ ସହ ସାରାଙ୍କର ତାଳମେଳ ନେଇ କଥା ଉଠଥିଲା। ବାପା ସୈଫ୍‌ ଓ ସାରା ଏହା ସଫେଇ ଦେଇଥିଲେ ଯେ ଏକଥା ସମସ୍ତେ ଜାଣନ୍ତି କି ସୈଫ୍‌ଙ୍କ ବିବାହରେ ତାଙ୍କ ପ୍ରଥମ ପତ୍ନୀ ଅମୃତାଙ୍କ ପୁଅ-ଝିଅ ଇବ୍ରାହିମ୍‌ ଓ ସାରା ଉୟଭ ଉପସ୍ଥିତ ଥିଲେ। ଏପରିକି ସେ ଫଟୋଗୁଡ଼ିକ ସୋସିଆଲ୍‌ ମିଡିଆେ ବେଶ୍‌ ଭାଇରାଲ୍‌ ହୋଇଥିଲା।

କରୀନାଙ୍କ ସହ ତାଙ୍କ ବିବାହକୁ ନେଇ ସୈଫ୍‌ କହିଛନ୍ତି କି, ‘ମୁଁ କରୀନାଙ୍କୁ ବିବାହ କରିବାକୁ ଯାଉଛି ବୋଲି ଜାଣିବା ପରେ ସାରା ଖୁବ୍‌ ଉତ୍ସୁକ ଥିଲେ। େସେ ମୋ ବିବାହକୁ ଆସିବାକୁ ଚାହୁଁଥିଲେ।’

ଏ ନେଇ ସାରା କହିଛନ୍ତି କି ‘ଲୋକ ଯାହା ବି ଭାବନ୍ତୁ ମାତ୍ର ମୁଁ ଏକ କଥା କହିବାକୁ ଚାହେଁ ଯେ ମୋ ଡ୍ୟାଡ୍‌ଙ୍କ ବିବାହକୁ ଆସିବା ପାଇଁ ମୋ ମମ୍‌ ହିଁ ମୋତେ ଉତ୍ସାହ ଦେଇଥିଲେ। ସେ ମୋତେ ଡ୍ୟାଡ୍‌ଙ୍କ ବିବାହରେ ଯୋଗ ଦେବା ପାଇଁ ପୋଷାକ ପିନ୍ଧାଇ ପ୍ରସ୍ତୁତ କରାଇଥିଲେ।’

ସମ୍ବନ୍ଧିତ ଖବର