ସୁଶାନ୍ତ ନିଜ ପ୍ରିୟ ଚାନ୍ଦ ପାଖରେ ଅଛନ୍ତି; ଅଭିନେତାଙ୍କୁ ମନେ ପକାଇ ଏଭଳି ପୋଷ୍ଟ କଲେ ସାରା

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଉ ଏ ଦୁନିଆରେ ନାହାଁନ୍ତି। ୨୦୨୦ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା। ସେ ଆତ୍ମହତ୍ୟା କରିଥିଲେ। ହଠାତ୍ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ଖବର ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିକୁ ସ୍ତବ୍ଧ କରିଦେଇଥିଲେ। ତାଙ୍କ ମୃତ୍ୟୁରେ ଅନେକ ଫିଲ୍ମ ତାରକା ଶୋକ ପ୍ରକାଶ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଭିନେତ୍ରୀ ସାରା ଅଲି ଖାନ। ସାରା ଅଲି ଖାନ ସୁଶାନ୍ତ ସିଂ ରାଜପୁତଙ୍କ ସହ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ। ଉଭୟେ ୨୦୧୮ମସିହାରେ ଫିଲ୍ମ ‘କେଦାରନାଥ’ରେ ନଜର ଆସିଥିଲେ। ‘କେଦାରନାଥ’ ସାରାଙ୍କ ଡେବ୍ୟୁ ବଲିଉଡ ଫିଲ୍ମ ଥିଲା।

ଆଜିକୁ ଫିଲ୍ମ କେଦାରନାଥ ରିଲିଜ ହେବାର ୪ବର୍ଷ ବିତିଗଲାଣି। ୪ବର୍ଷ ବିତିଥିବା ବେଳେ ସାରା ଅଲି ଖାନ ଫିଲ୍ମ ଏବଂ ସୁଶାନ୍ତ ସିଂ ରାଜପୁତଙ୍କ ସହ ଥିବା ସ୍ମୃତିକୁ ସେୟାର କରିଛନ୍ତି। ସେ ଫିଲ୍ମ କେଦାରନାଥ ସୁଟିଂ ସେଟର ଅନେକ ଫଟୋ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଫଟୋଗୁଡ଼ିକ ସହିତ ସେ ଫିଲ୍ମକୁ ମନେ ପକାଇ ଏକ ଲମ୍ବା ପୋଷ୍ଟ ଲେଖିଛନ୍ତି। ସାରା ଅଲି ଖାନ ଏହି ପୋଷ୍ଟରେ ଲେଖିଛନ୍ତି, ‘୪ ବର୍ଷ ପୂର୍ବେ ମୋର ସବୁଠୁ ବଡ ସ୍ୱପ୍ନ ସାକାର ହୋଇଥିଲା। ଏହା ଏ‌ବେ ବି ଏକ ସ୍ୱପ୍ନ ଭଳି ଲାଗୁଛି ଏବଂ ବୋଧହୁଏ ସର୍ବଦା ଏଭଳି ରହିବ।

 

View this post on Instagram

 

A post shared by Sara Ali Khan (@saraalikhan95)

ସାରା ଆହୁରି ଲେଖିଛନ୍ତି, ‘ମୁଁ ଅଗଷ୍ଟ ୨୦୧୭କୁ ଫେରି ଏହି ଚଳଚ୍ଚିତ୍ରର ପ୍ରତ୍ୟେକ ଦୃଶ୍ୟକୁ ପୁନଃ ସୁଟ୍ କରିବି, ପ୍ରତ୍ୟେକ ମୁହୂର୍ତ୍ତକୁ ପୁନଃ ବଞ୍ଚିବି, ସୁଶାନ୍ତଙ୍କଠାରୁ ସଙ୍ଗୀତ, ଚଳଚ୍ଚିତ୍ର, ପୁସ୍ତକ, ଜୀବନ, ​​ଅଭିନୟ, ତାରା ଏବଂ ଆକାଶ ବିଷୟରେ ଜାଣିବି, ପ୍ରତ୍ୟେକ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦେଖିବି, ନଦୀର ଶବ୍ଦ ଶୁଣିବି, ମ୍ୟାଗି ଏବଂ କୁରକୁରେର ପ୍ରତ୍ୟେକ ପ୍ଲେଟ୍ ଉପଭୋଗ କରିବି, ମେକଅପ ପାଇଁ ଭୋର ୪ଟାରୁ ଉଠିବି ଏବଂ ପୁନର୍ବାର ମୁକୁ ହେବି। ଆଜୀବନ ସ୍ମୃତି ପାଇଁ ଧନ୍ୟବାଦ। ଜୟ ଭୋଲେନାଥ ଏବଂ ଆଜି ରାତିରେ ଜହ୍ନ ଯେପରି ଉଜ୍ଜ୍ୱଳ ହୋଇ ଚମକୁଛି, ମୁଁ ଜାଣେ ସୁଶାନ୍ତ ତାଙ୍କ ପ୍ରିୟ ଚାନ୍ଦଙ୍କ ପାଖରେ ଅଛନ୍ତି।

ସମ୍ବନ୍ଧିତ ଖବର