ସଂପର୍କ ଥିଲା, ହେଲେ ସୁଶାନ୍ତ ତାଙ୍କ ପ୍ରତି ବିଶ୍ବସ୍ତ ନ ଥିଲେ ବୋଲି ଏନ୍‌ସିବି ଆଗରେ କହିଲେ ସାରା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଯୋଡ଼ି ହୋଇଥିବା ଡ୍ରଗ୍ସ ମାମଲାର ତଦନ୍ତ ଏବେ ଜୋର୍‌ ଧରିଛି। ଏହି ମାମଲାର ତଦନ୍ତ କରି ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ(ଏନ୍‌ସିବି)ର ଅଧିକାରୀମାନେ ଜଣେ ପରେ ଜଣେ ବଲିଉଡ୍‌ ବ୍ୟକ୍ତିତ୍ବଙ୍କୁ ଜେରା କରି ଚାଲିଛନ୍ତି।

ଏନ୍‌ସିବି ଜାଲରେ ଛନ୍ଦି ହୋଇଥିବା ଅନେକ ବଲିଉଡ୍‌ କଳାକାରଙ୍କ ମଧ୍ୟରୁ ଛୋଟା ନବାବ ସୈଫ୍‌ ଅଲ୍ଲୀ ଖାନ୍ ତନୟା ସାରା ଅଲ୍ଲୀ ଖାନ୍ନ ଅନ୍ୟତମ। ତାଙ୍କୁ ଏନ୍‌ସିବି ଅଧିକାରୀମାନେ ପଚାରିଥିବା ପ୍ରଶ୍ନକାଳରେ ସେ କହିଛନ୍ତି କି ଅଭିନେତା ସୁଶାନ୍ତ ତାଙ୍କ ପ୍ରତି ବିଶ୍ବସ୍ତ ନ ଥିଲେ। ଆପଣ ଜାଣିଥିବେ ନିଶ୍ଚୟ ଯେ ସ୍ବଳ୍ପ ସମୟ ପାଇଁ ସାରା ଓ ସୁଶାନ୍ତଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଫିଲ୍ମ ‘କେଦାରନାଥ’ରେ ଉଭୟ କାମ କରିଥିଲେ।


India Today

ଏନ୍‌ସିବି ଜେରା କାଳରେ ସାରା ସୁଶାନ୍ତଙ୍କ ସହ ଥିବା ତାଙ୍କ ପ୍ରେମ ସଂପର୍କ କଥା ସ୍ବୀକାର କରିଥିଲେ। ଏପରିକି ସେ ସୁଶାନ୍ତ ଓ ତାଙ୍କର ହ୍ବାଟ୍‌ସଆପ୍‌ ଚାଟ୍‌ ମଧ୍ୟ ଏନ୍‌ସିବି ଅଧିକାରୀଙ୍କୁ ଦେଖାଇଥିଲେ। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ୨୦୧୯ ମସିହାରେ ସାରା ଓ ସୁଶାନ୍ତଙ୍କର ବ୍ରେକ୍‌ଅପ୍‌ ହୋଇଥିଲା।।

ସେପ୍ଟେମ୍ବର ୨୬ ତାରିଖରେ ସାରାଙ୍କୁ ଏନସିବି ପଚରାଉଚରା କରିଥିଲା।  ଅଭିନେତ୍ରୀ ସାରା  ସେପ୍ଟେମ୍ବର ୨୪ ତାରିଖରେ ତାଙ୍କ ମାଆ ଅମୃତା ସିଂ ଏବଂ ଭାଇ ଇବ୍ରାହିମଙ୍କ ସହ ଗୋଆରୁ ଫେରିଥିଲେ। ଦୀପିକା ପାଦୁକୋନ, ରାକୁଲ ପ୍ରୀତ ସିଂ ଏବଂ ଫ୍ୟାଶନ ଡିଜାଇନର୍ ସିମୋନ ଖମ୍ବଟାଙ୍କୁ ମଧ୍ୟ ଏନ୍‌ସିବି ଏହି ମାମଲାରେ ପଚରାଉଚରା କରିସାରିଛି।

ସମ୍ବନ୍ଧିତ ଖବର