‘କେଦାରନାଥ’ ରିଲିଜ୍‌କୁ ଆଉ ୯ ଦିନ ବାକି; ସୁଟିଂ ସେଟ୍‌ର ଫଟୋ ସବୁ ଇନ୍‌ଷ୍ଟାରେ ଦେଲେ ସାରା

ମୁମ୍ବାଇ: ଅଭିଷେକ କପୁରଙ୍କ ‘କେଦାର୍‌ନାଥ’ ଚଳଚ୍ଚିତ୍ର ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି ସୈଫ୍‌ ଅଲ୍ଲୀ ଖାନଙ୍କ ଝିଅ ସାରା ଅଲ୍ଲୀ ଖାନ। ସାରାଙ୍କ ବିପକ୍ଷରେ ନାୟକ ସାଜିଛନ୍ତି ସୁଶାନ୍ତ ସିଂହ ରାଜପୁତ। ସାରା ନିଜର ପ୍ରଥମ ଫିଲ୍ମକୁ ନେଇ ବେଶ୍‌ ଉତ୍ସୁକତା ଥିବା ଜଣାପଡୁଛନ୍ତି।

ସାରା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଚଳଚ୍ଚିତ୍ର ସୁଟିଂ ସେଟ୍‌ର କିଛି ଫଟୋକୁ କୋଲାଜ୍‌ କରି ପୋଷ୍ଟ୍‍ କରିଛନ୍ତି। ସେଥିରେ ସେ କ୍ୟାପ୍‌ସନ୍‌ ଦେଇଛନ୍ତି ‘ଦୃଶ୍ୟ ପଛର ଫଟୋ, ଏହି ଦୃଶ୍ୟଗୁଡ଼ିକ ମନେ ପଡୁଛି। କେଦାରନାଥକୁ ଆଉ ମାତ୍ର ୯ ଦିନ ବାକି।’

‘କେଦାରନାଥ’ ଚଳଚ୍ଚିତ୍ରଟି ଏକ ପ୍ରେମ କାହାଣୀ ଉପରେ ଆଧାରିତ। ‘କାଇ ପୋ ଚେ’ ଚଳଚ୍ଚିତ୍ରକୁ ମିଶାଇ ଅଭିଷେକ କପୁର ଓ ସୁଶାନ୍ତ ସିଂହ ରାଜପୁତଙ୍କର ଏହା ହେଉଛି ଦ୍ୱିତୀୟ ଯୋଡ଼ି।

ଚଳଚ୍ଚିତ୍ରଟିର ପ୍ରଯୋଜନାରେ ଅଛନ୍ତି ରୋମି ସ୍କ୍ରିୟୁଓ୍ଵାଲା ଓ ପ୍ରଜ୍ଞା କପୁର୍‌। ୨୦୧୮ ଡିସେମ୍ବର ୭ ତାରିଖରେ ଏହା ପରଦାରେ ଦିଶିବ।

ଏହା ବ୍ୟତୀତ ସାରାଙ୍କର ଡିସେମ୍ବର ୨୮ ତାରିଖରେ ଆଉ ଏକ ଚଳଚ୍ଚିତ୍ର ପରଦାକୁ ଆସିବ। ରୋହିତ ସେଟ୍ଟୀଙ୍କ ‘ସିମ୍ବା’ ଚଳଚ୍ଚିତ୍ରରେ ସାରାଙ୍କ ବିପକ୍ଷରେ ଦିଶିବେ ଅଭିନେତା ରଣବୀର ସିଂହ।

ସମ୍ବନ୍ଧିତ ଖବର