ଜିମ୍‌ରୁ ବାହାରିବା ସମୟରେ ସାରାଙ୍କ ହାତକୁ ଚୁମିଲେ ପ୍ରଶଂସକ, ତା’ପରେ…

ମୁମ୍ବାଇ: ବଲିଉଡ୍‌ର କେତେ ଜଣ ବଛା ବଛା ଷ୍ଟାର୍‌ କିଡ୍‌ମାନଙ୍କ ମଧ୍ୟରୁ ସୈଫ୍‌ ଅଲ୍ଲୀ ଖାନଙ୍କ ତନୟା ସାରା ଅଲ୍ଲୀ ଖାନ ଅନ୍ୟତମ। ଦିନକୁ ଦିନ ସୋସିଆଲ୍‌ ମିଡିଆରେ ସାରାଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି। ବାପା ସୈଫ୍‌ ଓ ମାଆ ଅମ୍ରିତାଙ୍କ ପରି ସାରା ‘କେଦାରନାଥ’ ଚଳଚ୍ଚିତ୍ରରୁ ନିଜର ଅଭିନୟ ଦକ୍ଷତାକୁ ନେଇ ପ୍ରମାଣ କରି ସାରିଛନ୍ତି। ତା’ପରେ ସାରାଙ୍କ ଅଭିନୀତ ‘ସିମ୍ବା’ ଦର୍ଶକ ମହଲରେ ହଇଚଇ ସୃଷ୍ଟି କରିଥିଲା।

ସାରା ଅଧିକାଂଶ ସମୟ ନିଜ ଜିମ୍‌ରୁ ବାହାରୁ ଥିବାବେଳେ ଫଟୋଗ୍ରାଫର୍‌ଙ୍କ କ୍ୟାମେରାରେ କଏଦ ହୋଇଥାନ୍ତି। ଶୁକ୍ରବାର ସକାଳେ ବି ସାରାଙ୍କ ସହ କିଛି ସେପରି ହିଁ ଘଟିଥିଲା। ସାରା ତାଙ୍କ ଜିମ୍‌ରୁ ବାହାରିବା ସମୟରେ କିଛି ଫଟୋଗ୍ରାଫର୍‌ ତାଙ୍କୁ ବାହାରେ ଜଗି ରହିଥିଲେ। ସାରା ସେମାନଙ୍କୁ ହାଏ, ହାଲୋ କରିଥିଲେ। ଫଟୋଗ୍ରାଫର୍‌ ସାରାଙ୍କର କିଛି ଫଟୋ ନେବା ପାଇଁ ତାଙ୍କୁ ଅନୁରୋଧ କରିଥିଲେ। ସାରା ମଧ୍ୟ ଫଟୋ ପୋଜ୍‌ ଦେଇ ଫଟୋଗ୍ରାଫର୍‌ଙ୍କୁ ସହଯୋଗ କରିଥିଲେ।

 

ମାତ୍ର ସେଇ ସମୟରେ ସାରାଙ୍କର ଜଣେ ପ୍ରଶଂସକ ଆସି ସାରାଙ୍କୁ ତାଙ୍କ ହାତ ମାଗିଥିଲେ। ସାରା ଅଚାନକ କ’ଣ କରିବେ ବୁଝି ପାରିନଥିଲେ। ପ୍ରଶଂସକ ଜଣକ ସାରାଙ୍କ ହାତକୁ ତାଙ୍କ ହାତରେ ନେଇ ଏକ ଚୁମ୍ବନ ଦେଇଥିଲେ। ସାରା ପ୍ରଥମେ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ପରେ ହସି ଦେଇଥିଲେ। ଉପସ୍ଥିତ ଅନ୍ୟମାନେ ଉକ୍ତ ଯୁବକଙ୍କୁ ପିଟି ପିଟି ସେଠାରୁ ବିଦା କରି ଦେଇଥିଲେ।

ସେହି ସମୟର ଦୃଶ୍ୟ ଭିଡିଓରେ କଏଦ ହୋଇଛି। ଭିଡିଓଟି ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ବହୁ ଲୋକପ୍ରିୟତା ହାତେଇ ସାରିଲାଣି।

ସମ୍ବନ୍ଧିତ ଖବର