ଟ୍ରୋଲର୍ସଙ୍କୁ ଦେଲେ କଡ଼ା ଜବାବ: ଆଗକୁ ଆହୁରି ମନ୍ଦିର ଯିବି ବୋଲି କହିଲେ ସାରା ଅଲ୍ଲୀ ଖାନ୍‌

ମୁମ୍ବାଇ: ଆସନ୍ତାକାଲି ରିଲଜ ହେବାକୁ ଯାଉଛି ସାରା ଅଲ୍ଲୀ ଖାନ୍‌ଙ୍କ ଅଭିନୀତ ଚଳଚ୍ଚିତ୍ର ‘ଜରା ହଟ୍‌କେ ଜରା ବଚ୍‌କେ’। ଏହି କାରଣରୁ ସାରା ଆଜିକାଲି ଚଳଚ୍ଚିତ୍ରର ପ୍ରମୋସନ ଦିଗରେ ବେଶ୍‌ ବ୍ୟସ୍ତ ରହୁଛନ୍ତି। ସାରାଙ୍କୁ ତାଙ୍କ ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ବିଭିନ୍ନ ମନ୍ଦିର‌ରେ ଦେଖିବାକୁ ମିଳିଛି। ସାରା ଉଜ୍ଜୈନ୍‌ର ମହାକାଳେଶ୍ବର ମନ୍ଦିିରରେ ନଜର ଆସିଥିବା ବେଳେ ତାଙ୍କୁ ଖୁବ୍‌ ଟ୍ରୋଲ୍‌ କରାଯାଉଛି। ତେବେ ସାରା ଟ୍ରୋଲର୍ସମାନଙ୍କୁ କଡ଼ା ଜବାବ ବି ଦେଇଛନ୍ତି।

ସେ ନିକଟରେ ଏକ ସାକ୍ଷାତ୍‌କାରରେ କହିଛନ୍ତି ଯେ ଲୋକଙ୍କ କଥା ତାଙ୍କ ପାଇଁ କିଛି ଗୁରୁତ୍ବ ରଖେ ନାହିଁ। ମନ୍ଦିରରେ ଥିବା ସକାରାତ୍ମକ ପରିବେଶ ତାଙ୍କୁ ଖୁବ୍‌ ଭଲ ଲାଗେ। ସେ କହିଛନ୍ତି କି ‘ମୁଁ ମୋର କାମକୁ ଖୁବ୍ ମନ ଦେଇ କରେ। ତାହାକୁ ଲୋକଙ୍କ ପାଇଁ ହିଁ କରେ। ଯଦି ସେହି କାମ ଲୋକଙ୍କୁ ପସନ୍ଦ ନଆସିଲା ମୋତେ ଖରାପ ଲାଗିବ। ହେଲେ ମନ୍ଦିର ଯିବା ମୋର ବ୍ୟକ୍ତିଗତ ପସନ୍ଦ। ଯାହାକୁ ଯାହା କହିବାର ଅଛି କହନ୍ତୁ। ମାତ୍ର ମୁଁ  ଆଗକୁ ବି ମନ୍ଦିର ଯିବି।’ ସାରାଙ୍କୁ ମହାକାଳେଶ୍ବରଙ୍କ ଦ୍ବାରରେ ଏକ ଗୋଲାପୀ ରଂଗର ପୋଷାକ ପିନ୍ଧି ଛିଡ଼ା ହୋଇଥିବାର ଦେଖିବାକୁ ମିଳିଛି। ସେ ମନ୍ଦିରରେ ଆରତୀ କରିବା ସହ ଜଳାଭିଷେକ ବି କରିଛନ୍ତି।

ସାରା ଫିଲ୍ମ ‘ଜରା ହଟ୍‌କେ ଜରା ବଚ୍‌କେ’ରେ ଅଭିନେତା ଭିକି କୌଶଲଙ୍କ ସହ ନଜର ଆସିବେ। ଆପଣମାନେ ଏହାକୁ ଦେଖିବାକୁ ପ୍ରସ୍ତୁତ ହୋଇଯାଆନ୍ତୁ। କାରଣ ଫିଲ୍ମଟି ଆସନ୍ତକାଲି ହିଁ ରିଲିଜ୍‌ ହେବ।

ସମ୍ବନ୍ଧିତ ଖବର