ମୁମ୍ବାଇ: ସାରା ଅଲ୍ଳୀ ଖାନ୍ ହେଉଛନ୍ତି ବଲିଉଡ୍ର ଜଣେ ଲୋକପ୍ରିୟ ଅଭିନେତ୍ରୀ। ସେ ଅନେକ ସମୟରେ ଭିନ୍ନ ଭିନ୍ନ କଥାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଆପଣ ଜାଣିଥିବେ ନିଶ୍ଚୟ ଯେ ପୂର୍ବରୁ ସାରା ଅଲ୍ଲୀ ଖାନ୍ ଓ କାର୍ତ୍ତିକ ଆର୍ଯ୍ୟାନ ପ୍ରେମ ସଂପର୍କରେ ଥିଲେ।
କରଣ ଜୋହରଙ୍କ ‘କଫି ଉଇଥ୍ କରଣ’ର ଅଷ୍ଟମ ସିଜିନ୍ରେ ସାରା ଅଲ୍ଲୀ ଖାନ୍ ଓ ଅନନ୍ୟା ପାଣ୍ଡେଙ୍କୁ ଅତିଥି ଭାବେ ଡାକିଥିଲେ ସିନେ ନିର୍ମାତା କରଣ। ସୋ’ରେ ସାରା ଓ ଅନନ୍ୟା ଦୁହେଁ ମନ ଖୋଲି କଥା ହୋଇଥିଲେ।
ଗପସପ କରିବା ଭିତରେ କରଣ ସାରାଙ୍କୁ କାର୍ତ୍ତିକଙ୍କ ସହ ସଂପର୍କକୁ ନେଇ ପ୍ରଶ୍ନ ପଚାରିଥିଲେ। ତେବେ ଏଥିରେ ଏକଦମ ଭାବପ୍ରବଣ ଉତ୍ତର ଦେଇଥିଲେ ସାରା। କରଣଙ୍କ ପ୍ରଶ୍ନ ଥିଲା, ‘‘କାର୍ତ୍ତିକଙ୍କ ବନ୍ଧୁ ବନିରହିବା କେତେ ସଜହ?’’ ଉତ୍ତରରେ ସାରା କହିଥିଲେ, ‘‘ମୁଁ ଏପରି କହିବିନି ଯେ ଏହା ସହଜ। କାରଣ ଖୁବ୍ ଛୋଟ ଶୁଭୁଛି। ଯେବେ ଆପଣ କାହାକୁ ବୃତ୍ତିଗତ ଓ ବ୍ୟକ୍ତିଗତ ସ୍ତରରେ ଭଲପାଉଛନ୍ତି ବା ତାଙ୍କ ଉପରେ ନଜର ଭାବପ୍ରବଣତା ଜମା କରୁଛନ୍ତି ତ ଫରକ ପଡ଼ିଥାଏ। ଏ ବିଷୟରେ ଏହା କୁହାଯାଇପାରିବନି ଯେ ଯାହା ହେଲା ହେଲା, କିଛି ଫରକ ପଡୁନି। ଫରକ ପଡ଼େ, ତା’ ସତ୍ତ୍ବେ ବି ଆମକୁ ଆଗକୁ ବଢ଼ିବାକୁ ହୋଇଥାଏ।’’
ତାଙ୍କର ଆହୁରି ଏକ କହିବା କଥା ହେଲେ ଗ୍ଲାମର୍ ଦୁନିଆରେ କେହି କାହାରି ଲମ୍ବା ସମୟ ଧରି ବନ୍ଧୁ ହୋଇପାରିବେ ନାହିଁ। କାହାର ସଂପର୍କକୁ ନେଇ ଆପଣ ଭବିଷ୍ୟବାଣୀ କରି ପାରିବେନି କେବେ ବି।