ପ୍ରଥମ ଦୁଇଟି ଫିଲ୍ମ ରିଲିଜ ନ ହେଉଣୁ ସାରାଙ୍କୁ ମିଳିଲା ତୃତୀୟ ଫିଲ୍ମର ଅଫର,ଏହି ଖାନ୍‌ଙ୍କ ସହ ଅଭିନୟ କରିବେ

ମୁମ୍ବାଇ : ବଲିଉଡ୍‌ର ନବାବ୍‌ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଝିଅ ସାରାଙ୍କର ଭାଗ୍ୟ ଚମକିବାରେ ଲାଗିଛି । ପ୍ରଥମ ଫିଲ୍ମ ପରେ ତାଙ୍କୁ ଲଗାତାର ବିଭିନ୍ନ ଫିଲ୍ମର ଅଫର ମିଳିବାରେ ଲାଗିଛି । ଫିଲ୍ମ ‘କେଦାରନାଥ’ ଏବଂ ‘ସିମ୍‌ବା’ ରିଲିଜ୍‌ ନ ହେଉଣୁ ତାଙ୍କୁ ତୃତୀୟ ଫିଲ୍ମ ଅଫର କରାଯାଇଥିବା ଜଣାପଡ଼ିଛି । ପ୍ରଥମ ଫିଲ୍ମରେ ସୁଶାନ୍ତ ସିଂ ରାଜପୁତ୍‌ ଏବଂ ଦ୍ୱିତୀୟ ଫିଲ୍ମରେ ରଣବୀର ସିଂଙ୍କ ସହ ସାରା ରୋମାନ୍ସ କରି ସାରିଥିବା ବେଳେ ଏବେ ତୃତୀୟ ଫିଲ୍ମରେ ସେ ଜଣେ ଖାନ୍‌ଙ୍କ ସହ ସ୍କ୍ରିନ୍‌ ସେୟାର କରିବାକୁ ଯାଉଛନ୍ତି । ସେ ଆଉ କେହି ନୁହନ୍ତି ସାରାଙ୍କ ବାପା ସୈଫ୍‌ ଅଲ୍ଲୀ ଖାନ୍‌ ।

India.com

ପ୍ରଥମ ଥର ପାଇଁ ସାରା ନିଜ ବାପା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ସହ ସ୍କ୍ରିନ୍‌ ସେୟାର କରିବାକୁ ଯାଉଥିବା ଖବର ତାଙ୍କ ପ୍ରଶଂସକଙ୍କୁ ଖୁସି କରିଛି । ଏହି ଫିଲ୍ମର କାହାଣୀ ଗୋଟେ ବାପ-ଝିଅର କାହାଣୀ ଉପରେ ଆଧାରିତ ବୋଲି ଶୁଣିବାକୁ ମିଳିଛି, ଯେଉଁଥିରେ ସୈଫ୍‌ ଏବଂ ସାରା ନଜର ଆସିବେ । ଏହି ଚରିତ୍ର ପାଇଁ ଉଭୟ ସୈଫ୍‌ ଏବଂ ସାରା ହଁ ଭରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର