ସାରା ଅଲ୍ଲୀ ଖାନଙ୍କ ଡ୍ରାଇଭର୍‌କୁ କରୋନା, ଇନ୍‌ଷ୍ଟାଗ୍ରାମ୍‌ରେ ସୂଚନା ଦେଲେ ସାରା

ମୁମ୍ବାଇ: ବଲିଉଡ୍ ଅଭିନେତା ସୈଫ୍‌ ଅଲ୍ଲୀ ଖାନଙ୍କ ଝିଅ ତଥା ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ଡ୍ରାଇଭର୍‌କୁ କରୋନା‌। ସାରା ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ୍‌ରେ ଏହି ସୂଚନା ଦେବା ପରେ ତାଙ୍କ ଡ୍ରାଇଭର୍‌ଙ୍କୁ କ୍ବାରେଣ୍ଟାଇନ୍‌ ସେଣ୍ଟରକୁ ପଠାଇ ଦିଆଯାଇଛି।

ସାରା ତାଙ୍କ ଇନ୍‌ଷ୍ଟା ପୋଷ୍ଟ୍‌ରେ ଲେଖିଛନ୍ତି, ‘ମୁଁ ଆପଣମାନଙ୍କୁ ଜଣାଇବାକୁ ଚାହୁଁଛି ଯେ ମୋ ଡ୍ରାଇଭର୍‌ଙ୍କର କରୋନା ପଜିଟିଭ୍‌ ଆସିଛି। ରିପୋର୍ଟ ମିଳିବା ମାତ୍ରେ ହିଁ ବିଏମ୍‌ସିକୁ ସୂଚନା ଦିଆଯାଇ ଥିଲା। ପରେ ଡ୍ରାଇଭର୍‌ଙ୍କୁ କ୍ବାରେଣ୍ଟାଇନ୍‌ ସେଣ୍ଟର୍‌କୁ ପଠାଇ ଦିଆଯାଇଛି।’ ସେ ଆହୁରି ବି ଲେଖିଛନ୍ତି କି ତାଙ୍କ ପରିବାରର ସମସ୍ତ ଲୋକ କରୋନା ନେଗେଟିଭ୍‌ ବୋଲି ଜଣାପଡ଼ିଛି। ଶେଷରେ ସେ ବିଏମ୍‌ସି ପକ୍ଷରୁ ଦିଆଯାଇଥିବା ଗାଇଡ୍‌ଲାଇନ୍‌ ପାଇଁ ବିଏମ୍‌ସିକୁ ଧନ୍ୟବାଦ ଦେଇଛନ୍ତି।

Wikipedia

ଉଲ୍ଲେଖଯୋଗ୍ୟ, ପତ୍ନୀ ଜୟା ବଚ୍ଚନଙ୍କୁ ବାଦ୍‌ ଦେଲେ ମେଗାଷ୍ଟାର୍‌ ଅମିତାଭ ବଚ୍ଚନଙ୍କ ପୂରା ପରିବାର କରୋନା ଆକ୍ରାନ୍ତ ହୋଇଛନ୍ତି। ପ୍ରଥମେ ବିଗ୍‌ ବି, ପରେ ପୁଅ ଅଭିଷେକ ଓ ଶେଷର ବୋହୂ ଐଶ୍ବର୍ଯ୍ୟା ଏବଂ ନାତୁଣୀ ଆ‌ରାଧ୍ୟା ବି କରୋନା ପଜିଟିଭ୍‌ ବାହାରିଛନ୍ତି। କରୋନା ପଜିଟିଭ୍‌ ବାହାରିବା ପରେ ସେମାନଙ୍କୁ ଚିକିତ୍ସା ପାଇଁ ନାନାବତୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ସମ୍ବନ୍ଧିତ ଖବର