ହାତ ମିଳାଇବା ପରେ କାହିଁକି ସାରାଙ୍କ କାନ୍ଧରେ ହାତ ମାରିଲେ ମହିଳା, ଭାଇରାଲ ହେଉଛି ଭିଡିଓ

ମୁମ୍ବାଇ: ହାତ ମିଳାଇବା ପରେ ବଲିଉଡ ଅଭିନେତ୍ରୀ ସାରା ଅଲୀ ଖାନଙ୍କ କାନ୍ଧରେ ହାତ ମାରିଲେ ମହିଳା। ଭାଇରାଲ ହେବାରେ ଲାଗିଛି ଭିଡିଓ। ମହିଳାଙ୍କ ଏଭଳି କାମ ଦେଖିବା ପରେ କେହି କିଛି ବୁଝି ପାରିନଥିବା ବେଳେ ଏଭଳି ବ୍ୟବହାର‌ ଦେଖି ଚମକି ପଡ଼ିଥିଲେ ସାରା। ହେଲେ ସେ କୌଣସି ପ୍ରତିକ୍ରିୟା ନରଖି ସେଠାରୁ ଚାଲିଆସିଥିଲେ। ମୁମ୍ବାଇ ବିମାନବନ୍ଦରରେ ତାଙ୍କ ସହ ଏଭଳି ଘଟିଛି।

ସାରା ଉଦୟପୁରରୁ ମୁମ୍ବାଇ ଫେରିବା ପରେ ତାଙ୍କ ସହ ଏଭଳି ଘଟିଥିଲା। ଉଦୟପୁରରେ ସେ ଅଭିନେତା କାର୍ତ୍ତିକ ଆରୟନଙ୍କ ସହ ସମୟ ବିତାଇବା ପରେ ମୁମ୍ବାଇ ଫେରିଥିଲେ। ବିମାନବନ୍ଦରରେ ତାଙ୍କୁ ଦେଖିବା ପରେ ତାଙ୍କ ପ୍ରଶଂସକ ସେଲଫି ନେବା ଆରମ୍ଭ କରିଥି‌ଲେ। ସାରା ହସି ହସି ସମସ୍ତଙ୍କୁ ସେଲଫି ଦେଉଥିବା ବେଳେ ଜଣେ ମହିଳା ଆସି ତାଙ୍କ ସହ ହାତ ମିଳାଇଥିଲେ। ସାରା ମଧ୍ୟ ତାଙ୍କ ସହ ହାତ ମିଳାଇବା ପରେ ମହିଳାଜଣଙ୍କ ଆଗକୁ ବଢ଼ିଥିଲେ। ଆଗକୁ ଯିବା ପରେ ସେ ସାରାଙ୍କ କାନ୍ଧରେ ହାତ ମାରିଥିବା ଦେଖାଯାଇଥିଲା। ମହିଳାଜଣକ ହଠାତ୍ ଏଭଳି କରିବାରୁ ସାରା ଚମକି ପଡ଼ିଥିଲେ। ତେବେ ସେ କୌଣସି ପ୍ରତିକ୍ରିୟା ନରଖି ହସି ହସି ଆଗକୁ ବଢ଼ିଥିଲେ।

 

View this post on Instagram

 

A post shared by Viral Bhayani (@viralbhayani)

ମହିଳାଙ୍କ ଏଭଳି ବ୍ୟବହାର ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିଲା। ଭିଡିଓ ଭାଇରାଲ ହେବା ପରେ ମହିଳାଙ୍କୁ ଏବେ ଲୋକେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର