ମୁମ୍ବାଇ : ବଲିଉଡ୍ରେ ପାଦ ରଖିବା ପୂର୍ବରୁ କାର୍ତ୍ତିକ୍ ସାରାଙ୍କର କ୍ରସ୍ ବୋଲି ଚର୍ଚ୍ଚା ହୋଇ ଆସିଛି । ଏମିତିକି ଅନେକ ଥର ସାରା କାର୍ତ୍ତିକ୍ଙ୍କୁ ନିଜ ଆଡ଼ୁ ମେସେଜ ପଠାଇ କଥା ହେବାକୁ ଚେଷ୍ଟା କରୁଥିବା କଥା ସାରାଙ୍କ ମା’ ଅମୃତା ଖୁଲାସା କରି ସାରିଛନ୍ତି । ତେବେ ସାରା କାର୍ତ୍ତିକଙ୍କୁ ଭଲ ପାଉଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ତାହା ଭୁଲ ପ୍ରମାଣିତ ହୋଇଛି । ସାରା କାର୍ତ୍ତିକ୍ଙ୍କୁ ନୁହେଁ ବରଂ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍ଙ୍କୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଡିସେମ୍ବର ୨୦୧୯ରେ ଦୁହିଁଙ୍କ ଫିଲ୍ମ ‘କେଦାରନାଥ’ ରିଲିଜ୍ ହୋଇଥିଲା । ଫିଲ୍ମର ସୁଟିଂ ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିବା ବେଳେ ସୁଟିଂ ପରେ ଏବେ ଦୁହେଁ ଏକା ସାଙ୍ଗରେ ସମୟ ବିତାଉଥିବା ଚର୍ଚ୍ଚା ହେଉଛି ।
NDTV.comସୂଚନା ମୁତାବକ,ସୋମବାର ସୁଶାନ୍ତ ନିଜର ଜନ୍ମଦିନ ପାଳନ କରିଥିବା ବେଳେ ସାରା ନିଜର ଡେରାଡୁନ୍ ଟ୍ରିପ୍କୁ ବାତିଲ କରି ସୁଶାନ୍ତଙ୍କ ପାଖରେ ପହଞ୍ଚିଥିଲେ । ସାରା କେକ୍ ନେଇ ସୁଶାନ୍ତଙ୍କ ଆପାର୍ଟମେଣ୍ଟରେ ପହଞ୍ଚିଥିବା ବେଳେ ଦୁହେଁ ସାଥିରେ ଖାଇବା ପାଇଁ ବାହାରକୁ ଯାଇଥିଲେ । ସୁଶାନ୍ତଙ୍କ ଖାସ୍ ଦିନରେ ସାରାଙ୍କ ଏପରି କାମ ଦୁହିଁଙ୍କ ମଧ୍ୟରେ କିଛି ଥିବାର ଚର୍ଚ୍ଚାକୁ ଆହୁରି ବଢ଼ାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/download-4-27.jpg)