ସୋସିଆଲ ମିଡିିଆରେ ନକଲି ଆକାଉଣ୍ଟ କରି ଏଭଳି କାମ କରିଥାନ୍ତି ସାରା ଅଲ୍ଲୀ ଖାନ୍, ସାକ୍ଷାତକାରରେ ସାମ୍ନାକୁ ଆସିଲା ସତ
ମୁମ୍ବାଇ : ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଏବଂ ଅଭିନେତ୍ରୀ ଅମୃତା ସିଂହଙ୍କ ତନୟା ସାରା ଅଲ୍ଲୀ ଖାନ୍ ଏବେ ନିଜ ବଲିଉଡ୍ କ୍ୟରିୟରକୁ ନେଇ ଚର୍ଚ୍ଚାରେ । ଫିଲ୍ମ ‘କେଦାରନାଥ’ ତାଙ୍କ ଡ଼େବ୍ୟୁ ଫିଲ୍ମ ହୋଇଥିବା ବେଳେ ପ୍ରଥମ ଫିଲ୍ମ ରିଲିଜ୍ ନ ହେଉଣୁ ଆଉ ଦୁଇଟି ଫିଲ୍ମ ତାଙ୍କ ହାତକୁ ଆସି ସାରିଛିା ରଣବୀର ସିଂହଙ୍କ ସହ ଫିଲ୍ମ ‘ସିମ୍ବା’ରେ ସେ କାମ କରିଥିବା ବେଳେ ଅଭିନେତା କାର୍ତ୍ତିକ ଆର୍ୟ୍ୟନଙ୍କ ସହ ଅନ୍ୟ ଏକ ଫିଲ୍ମ କାମ କରିବେ ବୋଲି ଖବର ମିଳିଛି । ତେବେ ଫିଲ୍ମ ସହ ଏବେ ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ,ଫିଲ୍ମ ‘କେଦାରନାଥ’ ପାଇଁ ସାରା ଫିଲ୍ମ କ୍ରିଟିକ୍ସ ଅନୁପମା ଚୋପ୍ରାଙ୍କୁ ସାକ୍ଷାତକାର ଦେଇଥିବା ବେଳେ ତାଙ୍କର ଟୁଇଟ୍ର ଆକାଉଣ୍ଟ ଅଛି କି ନାହିଁ ବୋଲି ପଚରାଯାଇଥିଲା । ଯାହାର ଉତ୍ତରରେ ଏବେ ନାହିଁ, ଆଗକୁ କରିବି ବୋଲି କହିଥିଲେ ସାରା । କିନ୍ତୁ ତାଙ୍କର ଏକ ନକଲି ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ ରହିଛି ବୋଲି କହିଥିଲେ ସାରା । ତାଙ୍କ କହିବା ଅନୁଯାୟୀ, ମୁଁ ଜଣେ ସାଧାରଣ ମଣିଷ । ମୁଁ ମୋ ନକଲି ଆକାଉଣ୍ଟ ଜରିଆରେ ସବୁ ମଡ଼େଲଙ୍କ ଫଟୋ ଲାଇକ୍ କରିଥାଏ । ଯାହା ବିଷୟରେ କେହି ଜାଣି ପାରି ନଥାନ୍ତି ।