ସାରାଙ୍କ ସହ କାମ କରିବାକୁ ଚାହାଁନ୍ତି ଏହି ନାମୀ ନାୟକ !

ମୁମ୍ବାଇ: ବଲିଉଡର ବହୁ ଖ୍ୟାତନାମା ନିର୍ଦ୍ଦେଶକ ସୈଫ୍‌-ଅମୃତା ସିଂହଙ୍କ ଝିଅ ସାରା ଅଲ୍ଲୀ ଖାନ୍‌ଙ୍କୁ ସାଇନ୍‌ କରିବାପାଇଁ ଆଗ୍ରହୀ। ଖାଲି ସେତିକି ନୁହେଁ ବଲିଉଡ଼୍‍ରେ କେତେକ ନାମୀ ଅଭିନେତା ବି ତାଙ୍କ ସହ ସିନେମା ସାଇନ୍‌ କରିବାକୁ ଚାହୁଁଛନ୍ତି। ଏମାନଙ୍କ ଭିତରୁ ଜଣେ ହେଲେ ରିତିକ୍‌ ରୋଶନ୍‌। ସେ ତାଙ୍କ ଅଭିନୀତ ନୂଆ ସିନେମା ‘ସୁପର-୩୦’ରେ ସାରାଙ୍କ ସହ କାମ କରିବାକୁ ଇଚ୍ଛା ରଖିଥିବା କୁହାଯାଉଛି। ତେବେ ଉଭୟଙ୍କ ଭିତରେ ବୟସର ତାରତମ୍ୟ ଥିବା ହେତୁ ତାହା ସମ୍ଭବ ହେଉଛି କି ନା ତାହା ଦେଖିବାକୁ ବାକି ଅଛି।

ସାରା ଅଲ୍ଲୀ ଖାନ୍‌ ‘କେଦାର୍‌ନାଥ୍‌’ ଫିଲ୍ମ ଜରିଆରେ ଡ଼େବ୍ୟୁ କରୁଛନ୍ତି।ଏହି ଫିଲ୍ମ ଲାଗି ସାରାଙ୍କୁ ଖୁବ୍‌ ପରିଶ୍ରମ କରିବାକୁ ପଡ଼ିଛି। ଏଥିରେ ସେ ସୁଶାନ୍ତ ସିଂହ ରାଜପୁତଙ୍କ ବିପକ୍ଷରେ ନଜର ଆସିବେ।ଲଗାନ୍‌ , ସ୍ୱଦେଶ୍‌ ଏବଂ ଯୋଧା ଆକବର୍‌ ପରି ବହୁଚର୍ଚ୍ଚିତ ସିନେମାର ନିର୍ଦ୍ଦେଶକ ଆଶୁତୋଷ ଗୋଓ୍ଵାରିକର୍‌ ତାଙ୍କର ଏକ ପିରିଅଡିକ୍‌ ଫିଲ୍ମରେ ସାରା ଅଲ୍ଲୀ ଖାନ୍‌ଙ୍କୁ କାଷ୍ଟ୍‍ କରିବେ ବୋଲି କୁହାଯାଉଛି। ସାରାଙ୍କୁ କିଛି ଦିନତଳେ ଆଶୁତୋଷ ଗୋଓ୍ଵାରିକର୍‌ଙ୍କ ଅଫିସରୁ ବାହାରୁଥିବାର ଦେଖିବାକୁ ମିଳିଥିଲା। ଆହୁରି ମଧ୍ୟ କୁହାଯାଉଛି ଯେ ଏହି ସିନେମାରେ ଅର୍ଜୁନ କପୁର ସାରାଙ୍କ ନାୟକ ହେବେ।

film-filmbeats

ଏହା ପୂର୍ବରୁ ମଧ୍ୟ ସାରାଙ୍କୁ ସିନିଅର୍‌ ଆକ୍ଟର୍‌ ସନ୍ନି ଦେଓଲ୍‌ ତାଙ୍କ ପୁଅ କରଣ ଦେଓଲଙ୍କ ଅପୋଜିଟ୍‌ରେ ଫିଲ୍ମ ‘ପଲ୍‌ ପଲ୍‌ ଦିଲ୍‌ କେ ପାସ୍‌’ରେ ଅଭିନୟ କରିବାକୁ ଅଫର୍‌ ଦେଇଥିଲେ ।ହେଲେ ସେ ତାକୁ ମଧ୍ୟ ପ୍ରତ୍ୟାଖାନ କରିଥିଲେ । ଠିକ୍‌ ସେହିପରି ସୈଫ୍‌-ଅମୃତାଙ୍କ ଲାଡ଼୍‍ଲି ସାରା କରଣ ଜୋହର୍‌ଙ୍କ ଫିଲ୍ମ ‘ଷ୍ଟୁଡ଼େଣ୍ଟ୍‌ ଅଫ୍‌ ଦ ଇଅର୍‌-୨’ରେ ବି କାମ କଲେ ନାହିଁ। ସଲମାନ୍‌ ଖାନ୍‌ଙ୍କ ଭିଣୋଇ ତଥା ତାଙ୍କର ଗେହ୍ଲୀ ଭଉଣୀ ଅର୍ପିତା ଖାନ୍‌ଙ୍କ ସ୍ୱାମୀ ଆୟୁଷ୍‌ ଏବେ ତାଙ୍କର ପାଦ ବଲିଉଡ଼୍‍ରେ ଥାପିବାକୁ ଯାଉଥିବାବେଳେ ଭିଣୋଇ ଆୟୂଷ୍‌ଙ୍କ ହିରୋଇନ୍‌ ଲାଗି ସଲମାନ୍‌ ସାରାଙ୍କୁ ତାଙ୍କର ଅଫର୍‌ ଦେଇଥିଲେ, ହେଲେ ସାରା ତାକୁ ପ୍ରତ୍ୟାଖ୍ୟାନ କରିଥିଲେ।

ସମ୍ବନ୍ଧିତ ଖବର