ବାପା ସୈଫ ଅଲି ଖାନଙ୍କ ସହ ପିଲାବେଳ ଫଟୋ ସେୟାର କଲେ ସାରା

ମୁମ୍ବାଇ: ଆଜି ବାପାଙ୍କ ପାଇଁ ଦିନଟିଏ ଅର୍ଥାତ ପିତୃଦିବସ | ଏହାକୁ ନେଇ ସିମ୍ବା କ୍ୱିନ ସାରା ଅଲି ଖାନ ଆଜି ତାଙ୍କ ବାପାଙ୍କ ସହ ବିତେଇଥିବା କିଛି ମୁହୂର୍ତ୍ତକୁ ସେୟାର କରିଛନ୍ତି | ନିଜ ବାପା ସୈଫ ଅଲି ଖାନଙ୍କ ସହ ଛୋଟବେଳର କିଛି ଅନୁଭୂତିକୁ ବଖାଣିବା ସହ ବାପାଙ୍କ ପାଇଁ ଏକ ସୁନ୍ଦର ବାର୍ତ୍ତା ବି ଲେଖିଛନ୍ତି | ସାରା ଲେଖିଛନ୍ତି ଯେ ମୋ ସହ ସବୁ ସମୟ ରହିଥିବାରୁ ଢେର ଅଭିନନ୍ଦନ, ଆପଣ ମୋତେ ପ୍ରଥମ ବର୍ଷା ଦେଖାଇଛନ୍ତି |

Times Now

ମୋ ଦୁଷ୍ଟାମୀକୁ ବରଦାସ୍ତ କରି ଆପଣ ମୋ ସହ ଭଲ ବ୍ୟବହାର କରିଛନ୍ତି | ଏହା ସହ ନିଜ ବାପାଙ୍କ ସହ ଖେଳୁଥିବା ସମୟର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି | ଏଠାରେ ସୂଚନା ଥାଉ କି ସାରା ହେଉଛନ୍ତି ସିଫ ଅଲ୍ଲୀ ଖାନ ଓ ତାଙ୍କ ପ୍ରଥମ ପତ୍ନୀ ଅମୃତା ସିଂଙ୍କର ଝିଅ | ୨୦୦୪ ମସିହାରେ ଅମୃତା ଓ ସୈଫଙ୍କ ମଧ୍ୟରେ ବିବାହ ବିଛେଦ ହୋଇଥିଲା |

ତେବେ କରିନା ବି ସାରାଙ୍କୁ ଖୁବ ଭଲ ପାଆନ୍ତି | ଫିଲ୍ମ କଥା କହିବାକୁ ଗଲେ ସାରାଙ୍କ କେଦାରନାଥ ଓ ସିମ୍ବା ସୁପରହିଟ ହେବା ପରେ ସାରା ଏବେ ‘ଲଭ ଆଜକାଲ-୨’ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି |

ସମ୍ବନ୍ଧିତ ଖବର