ନୂଆଦିଲ୍ଲୀ: ମରାଠୀ ଅଭିନେତ୍ରୀ ସାରା ଶ୍ରବଣଙ୍କ ବିରୋଧରେ ତାଙ୍କ ସାଥୀ ଅଭିନେତା ୧୫ଲକ୍ଷ ଟଙ୍କା ହଡ଼ପ କରିଥିବାର ଅଭିଯୋଗ କରିଥିଲେ। ଏହି ଅଭିଯୋଗ ମୁତାବକ ପୁଣେ ପୁଲିସ ସାରାଙ୍କୁ ଗିରଫ କରିଛି। ଏହି ମାମଲାରେ ଏଯାବତ ୪ଜଣଙ୍କୁ ଗିରଫ କରାଯାଇଥିବା ପୁଲିସ ପକ୍ଷରୁ ପ୍ରକାଶ।
ପୁଲିସ ସୂତ୍ରରୁ ପ୍ରକାଶ, ସାରା ଶ୍ରବଣ ଅଭିନେତା ସୁଭାଷ ଯାଦବଙ୍କ ସହିତ କାମ କରିଥିଲେ ଏବଂ ଫିଲ୍ମ ରିଲିଜ ହେବା ପରେ ତାଙ୍କ ବିରୋଧରେ ଅସଦାଚରଣ ମାମଲା ରୁଜୁ କରିଥିଲେ। ଏହାପରେ ମାମଲାର ସମାଧାନ ପାଇଁ ଜଗଦାଲେ ମଧ୍ୟସ୍ଥତା କରିଥିଲେ। ଏହି ସମୟରେ ଯାଦବ ନିଜର ନିଚ କାମ ପାଇଁ କ୍ଷମା ମାଗିଥିଲେ। ଏହି ସମୟର ଏକ ଭିଡିଓ ପ୍ରସ୍ତୁତ କରାଯାଇଥିଲା। ଅଭିଯୁକ୍ତମାନେ ଭିଡିଓକୁ ସାର୍ବଜନୀନ କରି ଦେବା ପାଇଁ ଧମକ ଦେଇ ଯାଦବଙ୍କୁ ୧୫ଲକ୍ଷ ଟଙ୍କା ଦାବି କରିଥିଲେ। ଯାଦବ ବି ଲୋକଲଜ୍ଜା ଭୟରେ ଏହି ଟଙ୍କା ଦେଇ ଦେଇଥିଲେ।
Patrikaଏହି ସମୟରେ ଅନ୍ୟ ଜଣେ ଅଭିନେତ୍ରୀ ଯାଦବଙ୍କ କ୍ଷମା ମାଗିବାର ଏହି ଭିଡିଓକୁ ଲିକ୍ କରି ଦେଇଥିଲେ। ଏହି ଭିଡିଓ ଲିକ୍ ହେବା ଜାଣିବା ପରେ ଯାଦବ ପୁଲିସରେ ଅଭିଯୋଗ କରିଥିଲେ। ପୁଣେ ଅଦାଲତ ଦ୍ୱାରା ସାରା ଶ୍ରବଣଙ୍କ ଅଗ୍ରୀମ ଜାମିନ୍ ଆବେଦନ ଖାରଜ ହେବା ପରେ ତାଙ୍କୁ ମୁମ୍ବାଇର ଲୋୟର ପରେଲରୁ ଗିରଫ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/Marathi-actress-Sara-Shrawan-arrested.jpg)