ସୁଶାନ୍ତ ସିଂହ ରାଜପୁତ୍‌ଙ୍କୁ ଡେଟ୍‌ କରୁଥିବା ନେଇ ହେଉଥିବା ଚର୍ଚ୍ଚାକୁ ମିଛ ବୋଲି କହି କାହାକୁ ଡେଟ୍‌ କରୁଥିଲେ ସେ ବିଷୟରେ ଜଣାଇଲେ ସାରା

ମୁମ୍ବାଇ : କିଛି ଦିନ ତଳେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ଙ୍କୁ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ସୁଶାନ୍ତଙ୍କ ଜନ୍ମଦିନରେ ସେ ତାଙ୍କ ଘରକୁ କେକ୍‌ ନେଇ ଯାଇଥିବା ବେଳେ ଦୁହେଁ ସାଥିରେ ଭୋଜନ କରିଥିଲେ । ଏହା ପରେ ଦୁହେଁ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା। ଏବେ ସେ ସବୁ ଚର୍ଚ୍ଚାକୁ ମିଛ ବୋଲି କହିଛନ୍ତି ସାରା । ଇଣ୍ଡିଆ ଟୁଡେକୁ ଏକ ସାକ୍ଷାତକାର ଦେଇ ସେ ସୁଶାନ୍ତଙ୍କୁ ଡେଟ୍‌ କରିବା ଖବର ମିଛ ବୋଲି ସଫେଇ ଦେଇଛନ୍ତି।

ତାଙ୍କ କହିବା ଅନୁଯାୟୀ, ମୋର ପ୍ରଥମ ପ୍ରେମିକ ବୀର ପହରିଆ ଥିଲେ । ତାଙ୍କ ଠାରୁ ଅଲଗା ହେବା ପରେ ମୁଁ ଏ ପର୍ଯ୍ୟନ୍ତ ଆଉ କାହାକୁ ଡେଟ୍‌ କରି ନାହିଁ ବୋଲି କହିଥିଲେ ସାରା । ସାରା ବଲିଉଡ୍‌ରେ ପ୍ରବେଶ କରିବା ପୂର୍ବରୁ ବୀରଙ୍କୁ ଡେଟ୍‌ କରୁଥିଲେ । ୨୦୧୬ରେ ଦୁହିଁଙ୍କ ଫଟୋକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । କିନ୍ତୁ ପରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ । ବୀର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁଶିଲ କୁମାର ସିନ୍ଦେଙ୍କ ନାତି ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର