ସୈଫ୍‌ଙ୍କ ଝିଅ ସାରା ନେଲେ ଏହି ୩ ଅଭିନେତାଙ୍କ ସହିତ ପଙ୍ଗା!

ବଲିଉଡ଼୍‍ରେ ବହୁ ଷ୍ଟାର୍‌ କିଡ଼୍‍ସ ସେମାନଙ୍କର ଏଣ୍ଟ୍ରିକୁ ନେଇ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିଥିବାବେଳେ,ସୈଫ୍‌-ଅମୃତା ସିଂହଙ୍କ ଲାଳନା ସାରା ଅଲ୍ଲୀ ଖାନ୍‌ କିନ୍ତୁ ଏଥିରେ ରହିଛନ୍ତି ତାଙ୍କର ପ୍ରଥମରେ। ଏଥିସହିତ ସୈଫ୍‌ ତନୟା ସାରା ‘କେଦାର୍‌ନାଥ୍‌’ଫିଲ୍ମ ଜରିଆରେ ବଲିଉଡ଼୍‍ରେ ତାଙ୍କର ଡ଼େବ୍ୟୁ ଆରମ୍ଭ କରୁଛନ୍ତି।ଯେଉଁ ଫିଲ୍ମ ଲାଗି ସାରାଙ୍କୁ ବି-ଟାଉନ୍‌ର ତିନୋଟି ବଡ଼ ବଡ଼ ଅଭିନେତାଙ୍କ ସହିତ ପଂଗା ନେବାକୁ ପଡ଼ିଛି। ଏଥିସହିତ ଏହି ଲିଷ୍ଟ୍‍ରେ ପ୍ରଥମରେ ରହିଛନ୍ତି ଦବଙ୍ଗ ବୟ ସଲମାନ୍‌ ଖାନ୍‌।

ତେବେ ମିଳିଥିବା ସୂଚନା ଅନୁଯାୟୀ,ସଲମାନ୍‌ଙ୍କ ଭିଣୋଇ ତଥା ତାଙ୍କର ଗେହ୍ଲୀ ଭଉଣୀ ଅର୍ପିତା ଖାନ୍‌ଙ୍କ ସ୍ୱାମୀ ଆୟୂଷ୍‌ ଏବେ ତାଙ୍କର ପାଦ ବଲିଉଡ଼୍‍ରେ ଥାପିବାକୁ ଯାଉଥିବାବେଳେ ଭିଣୋଇ ଆୟୂଷ୍‌ଙ୍କ ହିରୋଇନ୍‌ ଲାଗି ସଲମାନ୍‌ ସାରାଙ୍କୁ ତାଙ୍କର ଅଫର୍‌ ଦେଇଥିଲେ।ହେଲେ ସାରା ଏବେ ତାଙ୍କର ଦ୍ୱିତୀୟ ଫିଲ୍ମ ଏକ୍‌ତା କପୁର୍‌ଙ୍କ ଫିଲ୍ମ ବ୍ୟାନରରେ ସାଇନ୍‌ କରିସାରିଛନ୍ତି।ଏହି କାରଣକୁ ନେଇ ସେ ସଲ୍ଲମଆଁଙ୍କ ଅଫର୍‌କୁ ଗ୍ରହଣ କରିନାହାନ୍ତି।ତେବେ ଏବେ ପର୍ଯ୍ୟନ୍ତ ସଲମାନ୍‌ ଏନେଇ ତାଙ୍କର କୌଣସି ହେଲେ ପ୍ରତିକ୍ରିୟା ରଖିନଥିଲେ ବି ସାରାଙ୍କର ଏମିତି ବ୍ୟବହାର ଭାଇଜାନ୍‌ଙ୍କ ମନରେ ତାଙ୍କ ପ୍ରତି କେଉଁଠି ନା କେଉଁଠି ରାଗ ସୃଷ୍ଟି କରିଥିବ ନିଶ୍ଚୟ।

ଏଥିସହିତ ଏହା ପୂର୍ବରୁ ମଧ୍ୟ ସାରାଙ୍କୁ ସିନିଅର୍‌ ଆକ୍ଟର୍‌ ସନ୍ନି ଦେଓ୍ଵଲ୍‌ ତାଙ୍କ ପୁଅ କରଣ ଦେଓ୍ଵଲ୍‌ଙ୍କ ଅପୋଜିଟ୍‌ରେ
ଫିଲ୍ମ ‘ପଲ୍‌ ପଲ୍‌ ଦିଲ୍‌ କେ ପାସ୍‌’ରେ ଅଭିନୟ କରିବାକୁ ଅଫର୍‌ ଦେଇଥିଲେ ।ହେଲେ ସେ ତାକୁ ମଧ୍ୟ ପ୍ରତ୍ୟାଖାନ କରିଥିଲେ ଓ ବଲିଉଡ଼୍‍ରେ ଡ଼େବ୍ୟୁ କରିବାକୁ ଅଭିଷେକ୍‌ କପୁର୍‌ଙ୍କ ଫିଲ୍ମକୁ ବାଛିଥିଲେ।

ଆଉ ଏହିଠାରେ ମଧ୍ୟ ସାରାଙ୍କ ଫିଲ୍ମ ସିଲେକ୍ଟ କରିବା ପୂର୍ବରୁ ଏହା ବି ଶୁଣିବାକୁ ମିଳିଥିଲା ଯେ,କୁଆଡ଼େ ସୈଫ୍‌-ଅମୃତାଙ୍କ ଲାଡ଼୍‍ଲି ସାରା କରଣ ଜୋହର୍‌ଙ୍କ ଫିଲ୍ମ ‘ଷ୍ଟୁଡ଼େଣ୍ଟ୍‌ ଅଫ୍‌ ଦ ଇଅର୍‌-୨’ରୁ ତାଙ୍କର ବଲିଉଡ଼୍‍ ଡ଼େବ୍ୟୁ କରିବେ।ହେଲେ ଏହି ଫିଲ୍‌୍ମରେ ଦୁଇଟି ହିରୋଇନ୍‌ଙ୍କର ଲିଡ଼୍‍ ରୋଲ୍‌ ଥିବା କାରଣକୁ ନେଇ ସେ ଏଥିରେ କାମ କରିବେନି ବୋଲି ସଫାସଫା ମନା କରିଦେଲେ!ଏହାବ୍ୟତୀତ ବଲିଉଡ଼୍‍ର ମିଷ୍ଟର ପର୍‌ଫେକ୍ଟନିଷ୍ଟ ବୋଲାଉଥିବା ଅମୀର୍‌ଙ୍କ ଫିଲ୍ମ ‘ଠଗ୍ସ ଅଫ୍‌ ହିନ୍ଦୁସ୍ତାନ’ରେ ସାରାଙ୍କ ନାମ ଶୁଣିବାକୁ ମିଳିଥିଲା।ହେଲେ ଏହି କଥା ଆଉ ଆଗକୁ ବଢ଼ିପାରିନଥିଲା।ଆଉ ସେହିଠାରେ ଏହା ମଧ୍ୟ ଶୁଣିବାକୁ ମିଳିଥିଲା କି ସାରା ରିତ୍ୱିକ୍‌ ରୋଶନ୍‌ଙ୍କ ଫିଲ୍ମରେ ତାଙ୍କର ଡ଼େବ୍ୟୁ କରିବେ।ହେଲେ ଏସମସ୍ତ କଥାକୁ ଅଣଦେଖା କରି ସେଫ୍‌ଙ୍କ ଝିଅ ସୁଶାନ୍ତ ସିଂହ ରାଜ୍‌ପୁତ୍‌ଙ୍କ ସହିତ କାମ କରିବାକୁ ନିଷ୍ପତ୍ତି ନେଲେ। ତେବେ ଏବେ କେବଳ ଏଇଆ ହିଁ ଦେଖିବାକୁ ବାକି ରହିଲା ଯେ ସାରାଙ୍କର ଏହି ବ୍ୟବହାରକୁ ନେଇ ସେ କିଭଳି ବଲିଉଡ଼୍‍ରେ ତାଙ୍କର ପାଦ ମଜ୍‌ଭୁତ୍‌ କରିପାରୁଛନ୍ତି।

 

ସମ୍ବନ୍ଧିତ ଖବର