ସାରାଙ୍କୁ ଭିକାରୀ ଭାବି ଲୋକ ଟଙ୍କା ଦେଇଥିଲେ

ବଲିଉଡ୍‌ର ଚୁଲ୍‌ବୁଲି ନାୟିକା ସାରା ଅଲ୍ଲୀ ଖାନ୍‌ ସୋସିଆଲ ମିଡିଆରେ ଆଜି ତାଙ୍କ ପିଲା ଦିନର ଏକ ଅନୁଭୂତି ସେୟାର କରିଛନ୍ତି। ସେ କହିଛନ୍ତି, ମୁଁ ଛୋଟ ଥିଲା ବେଳେ ଦିନେ ମତେ ଲୋକମାନେ ଭିକାରୀ ଭାବି ଟଙ୍କା ଦେଇଥିଲେ।

ସାରା କହିଛନ୍ତି, ପିଲାବେଳେ ମୁଁ ବାପା ସୈଫ୍ ଅଲ୍ଲୀ ଖାନ୍‌ ଓ ମା’ ଅମ୍ରିତା ସିଂହଙ୍କ ସହ ଛୁଟି କାଟିବାକୁ ବିଦେଶ ଯାଇଥିଲି। ସପିଂ ପାଇଁ ମା’, ବାବା ଦୋକାନ ଭିତରକୁ ଯାଇଥିବା ବେଳେ ମୁଁ ଓ ଭାଇ ଇବ୍ରାହିମ୍‌ ବାହାରେ ଠିଆ ହୋଇଥିଲୁ। କିଛି ସମୟ ଠିଆ ହେବା ପରେ କୌତୂହଳପୂର୍ବକୁ ମୁଁ ରାସ୍ତା ଉପରେ ଅନ୍ୟମନସ୍କ ହୋଇ ନାଚିବାରେ ଲାଗିଲି। ମୋର ନାଚ ଦେଖି, ସେହି ରାସ୍ତା ଦେଇ ଯିଏ ଯାଉଥିଲା ମୋତେ ଟଙ୍କା ଦେଇ ଯାଉଥିଲେ। ବାପା ଓ ମା’ ଦୋକାନରୁ ଫେରିବା ପରେ ମୁଁ ଖୁସିରେ ସବୁ ଟଙ୍କା ତାଙ୍କୁ ଦେଇ କହିଲି, ମୁଁ ଏତେ କ୍ୟୁଟ୍‌ ବୋଲି ଲୋକମାନେ ମତେ ଟଙ୍କା ଦେଇଯାଇଛନ୍ତି। ସେତେବେଳେ ମୋ ମା’ ମୋତେ କହିଥିଲେ, ସେମାନେ ତୋତେ ଭିକାରୀ ଭାବି ସାହାଯ୍ୟ ଦେଇଛନ୍ତି। ଏବେ ବି ଏହି କଥା ମନେ ପଡ଼ିଲେ, ବହୁତ ହସ ଲାଗେ ବୋଲି ସାରା କହିଛନ୍ତି।

ସମ୍ବନ୍ଧିତ ଖବର