ସରୋଜଙ୍କ ବାୟୋପିକ୍‌ ରେମୋ ନିର୍ମାଣ କରନ୍ତୁ ବୋଲି ନିଜେ ସରୋଜ ଚାହିଁଥିଲେ

ଜାତୀୟ ପୁରସ୍କାର ବିଜେତା ତଥା ପ୍ରଖ୍ୟାତ କୋରିଓଗ୍ରାଫର୍‌ ରେମୋ ଦି’ସୁଜା ଏବେ ଦିଗ୍‌ଗଜ୍‌ କୋରିଓଗ୍ରାଫର୍‌ ସ୍ବର୍ଗତ ସରୋଜ ଖାନ୍‌ଙ୍କ ବା‌ୟୋପିକ୍‌ ନିର୍ମାଣର ପ୍ରସ୍ତୁତି ଆରମ୍ଭ କରିଦେଲେଣି। ରେମୋ ଏକ ସାକ୍ଷାତକାରରେ କହିଛନ୍ତି, ‘ଥରେ ଏକ ବାର୍ତାଳାପରେ ସରୋଜଜୀ ମୋତେ କହିଥିଲେ, ଯଦି କେହି କେବେ ମୋ ଉପରେ ବାୟୋପିକ୍‌ ତିଆରି କରିବାକୁ ଚାହେଁ ତାହାଲେ ତୁ ହିଁ କରିବୁ। କାରଣ ‘ନୃତ୍ୟ ଓ ସଂଘର୍ଷ’ ଉଭୟ କଥାକୁ ତୁ ହିଁ ବୁଝୁ।’ ରୋମୋ କହିଛନ୍ତି, ସରୋଜ ଜୀଙ୍କ ସହ ଗୋଟିଏ ନୁହେଁ ଅନେକ ସ୍ମୃତି ରହିଛି, ଯାହାକି ମୋ ପାଇଁ ସ୍ବତନ୍ତ୍ର। ମୁଁ ଭାଗ୍ୟବାନ ଯେ ମୁଁ ସରୋଜ ଜୀଙ୍କ ଶେଷ ପ୍ରୋଜେକ୍ଟ ‘କଳଙ୍କ’ ଚଳଚ୍ଚିତ୍ରର ‘ତୋବା ହୋ ଗୟା… ଗୀତ‌ରେ ତାଙ୍କ ସହ କାମ କରିଛି।

ସମ୍ବନ୍ଧିତ ଖବର