ସଙ୍ଗୀତ ମୋର ଜୀବନ, ତାକୁ ମୁଁ କେବେ ଛାଡ଼ି ପାରିିବି ନାହିଁ : ଶଶାଙ୍କ

ଓଲିଉଡ଼ରେ ଗୀତ ଗାଇ ଓଡ଼ିଆ ଦର୍ଶକଙ୍କ ମନ ଜିଣିବା ପରେ ଏବେ ସାରା ଦେଶର ମନକୁ କିଣିବା ପାଇଁ ଯାତ୍ରା ଆରମ୍ଭ କରିଛନ୍ତି । ‘ତୁ କହିବୁ ନା ମୁଁ’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଗାୟକ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବା ପରେ ସେ ନିଜ ଭାଗ୍ୟ ପରୀକ୍ଷା ପାଇଁ ମୁମ୍ବାଇରେ ଯାଇ ପହଞ୍ଚିଛନ୍ତି। ଏହା ସହ କଲର୍ସ ଚ୍ୟାନେଲରେ ପ୍ରସାରିତ ହେଉଥିବା ‘ରାଇଜିଙ୍ଗ୍‌ ଷ୍ଟାର-୨’ରେ ଭାଗ ନେଇ ଟପ୍‌-୧୬ରେ ସାମିଲ ହୋଇ ସାରିଛନ୍ତି । ତେବେ ଏକ ନ୍ୟାସନାଲ ପ୍ଲାଟ୍‌ଫର୍ମରେ ପହଞ୍ଚିବା ପାଇଁ ତାଙ୍କୁ କି ପ୍ରକାର ସଂଘର୍ଷ କରିବାକୁ ପଡ଼ିଥିଲା ସେ ବିଷୟରେ ଜାଣିବା ପାଇଁ ସମ୍ବାଦ୍‌ ଡ଼ଟ୍‌ ଇନ୍‌ ତରଫରୁ ତାଙ୍କୁ ସାକ୍ଷାତ କରିଥିଲେ ମୋନାଲିସା ପରିଡ଼ା ଏବଂ ସୁମନ ମହାନ୍ତି ।

ପ୍ର: କଲର୍ସ ଚାନେଲର ମ୍ୟୁଜିକାଲ୍‌ ଟାଲେଣ୍ଟ ସୋ’ ରାଇଜିଙ୍ଗ୍‌ ଷ୍ଟାର୍‌ ଭଳି ଜାତୀୟ ପ୍ଲାଟ୍‌ଫର୍ମରେ ଆପଣ ଟପ୍‌-୧୬ରେ ସ୍ଥାନ ପାଇଛନ୍ତି, ଏଥିପାଇଁ କେତେ ସଂଘର୍ଷ କରିବାକୁ ପଡ଼ିଛି ଏବଂ ଏହି ଅନୁଭୂତି କିପରି?

ଉ: ମୋ ପାଇଁ ଏହା ଏକ ନିଆରା ଅନୁଭୂତି । କାରଣ ସେଠାକାର ମାହୋଲ ସଂପୂର୍ଣ୍ଣ ଅଲଗା । ଯେଉଁ ଜିନିଷ ଆମେ ଟିଭିରେ ଦେଖୁ ତାକୁ ମୁଁ ସତରେ ସେଠି ଅନୁଭବ କଲି । ଗୀତ ଗାଇବା ପରେ ସୋଚ୍‌ କି ଦିଓ୍ଵାର ଉଠିବାର ଅନୁଭୂତି ବହୁତ ଭଲ ଥିଲା । ସେଭଳି ଏକ ପ୍ଳାଟ୍‌ଫର୍ମରେ ଗାଇବାର ଇଚ୍ଛା ଥିଲା , ଯାହା ଏବେ ସଫଳ ହୋଇଛି ।

TopHum

ପ୍ର: ଓଲିଉଡ଼ରେ ଆପଣ ବେଶ୍‌ ସକ୍ରିୟ । ଆପଣଙ୍କ ଗୀତ ପାଇଁ ଆପଣଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ମିଳିଛି । ତଥାପି ରାଇଜିଙ୍ଗ ଷ୍ଟାରରେ ମନୋନୀତ ନ ହେଲେ ସଙ୍ଗୀତ ଛାଡ଼ିବେ ବୋଲି କ’ଣ ପାଇଁ କହିଥିଲେ?
ଉ: ସବୁ ରିୟାଲିଟି ସୋ’ର ବୟସ ସୀମା ଥାଏ । ସେଥିପାଇଁ ମୁଁ ଭାବିଥିଲି କି ବୋଧହୁଏ ଏଇଟା ମୋ ପାଇଁ ଶେଷ ସୁଯୋଗ ହେବ । ଏହା ପରେ ହୁଏତ ମୁଁ ଆଉ ଥରେ ଏହି ପ୍ଲାଟ୍‌ଫର୍ମକୁ ଆସି ଗାଇ ପାରିବି ନାହିଁ । ସେଥିପାଇଁ ମୁଁ ସେଭଳି କହିଥିଲି । ଲୋକମାନେ ଟିକେ ଅଲଗା ଭାବି ଦେଲେ । ସଙ୍ଗୀତକୁ ମୁଁ କେବେ ବି ଛାଡ଼ି ପାରିବି ନାହିଁ ।

ପ୍ର: ଜାତୀୟ ସ୍ତରର ପ୍ରତିଦ୍ୱନ୍ଦ୍ୱିିତାକୁ କିପରି ଦେଖୁଛନ୍ତି ଆପଣ?
ଉ: ଓଡ଼ିଆ ଇଣ୍ଡଷ୍ଟ୍ରିରେ ମୁଁ କାହା ସହ ପ୍ରତିଦ୍ୱନ୍ଦିତା କରେ ନାହିଁ । କିନ୍ତୁ ସେଠାକୁ ଯିବା ପରେ ମୋତେ ସବୁ ରାଜ୍ୟର ପିଲାମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିିତା କରିବାକୁ ପଡ଼ୁଛି । କାରଣ ସେଠି ମୁଁ ଓଡ଼ିଶାକୁ ପ୍ରତିନିଧିତ୍ୱ କରୁଛି । ଓଡ଼ିଶାର ସମ୍ମାନ ପାଇଁ ମୋତେ ପ୍ରତିଦ୍ୱନ୍ଦ୍ୱିିତା କରିବାକୁ ପଡ଼ୁଛି ।

5Besty

ପ୍ର: ଆପଣଙ୍କର ଲଭ୍‌ ମ୍ୟାରେଜ୍‌ ହୋଇଥିଲା ନା ଆରେଞ୍ଜ ମ୍ୟାରେଜ?
ଉ: ମୋର ଲଭ୍‌ ମ୍ୟାରେଜ୍‌ ହୋଇଥଲା । ପ୍ରେମ ହେବାର ୭ବର୍ଷ ପରେ ଆମେ ବିବାହ କରିଥିଲୁ ।

ପ୍ର: ଏହି ଭଲ ପାଇବାଟା ଆରମ୍ଭ କିପରି ହୋଇଥିଲା?
ଉ: ମୁଁ କଲେଜରେ ପଢ଼ୁଥିବା ସମୟରେ ଗୀତ ଗାଉଥିଲି । ସେତେବେଳେ ମୋତେ ମୋ ସାଙ୍ଗମାନେ କହିଥିଲେ କି ତୁମକୁ ଜଣେ ଝିଅ ଭଲ ପାଉଛି । କିନ୍ତୁ ସେତେବେଳେ ମୁଁ ଜାଣି ନ ଥିଲି ସେ ଝିଅଟି କିଏ? ଯେତେବେଳେ ଜାଣିଲି ସେ ଝିଅଟି କିଏ, ସେତେବେଳେ ମୋତେ ତାଙ୍କ ଆଖି ବହୁତ ଭଲ ଲାଗିଥିଲା । ତାଙ୍କ ସହ ମିଶିବା ପରେ ଧୀରେ ଧୀରେ ଆମ ଦୁଇ ଜଣଙ୍କ ମଧ୍ୟରେ ଭଲ ପାଇବା ବଢ଼ିଥିଲା ।

ସମ୍ବନ୍ଧିତ ଖବର