ଶଶି କପୁରଙ୍କ ଅନ୍ତିମ ଯାତ୍ରାରେ ବଲିଉଡ

ମୁମ୍ବାଇ: ବର୍ଷୀଆନ୍‌ ଅଭିନେତା-ନିର୍ମାତା-ନିର୍ଦ୍ଦେଶକ ଶଶି କପୁରଙ୍କ ଶେଷକୃତ୍ୟ ଆଜି ହେଉଛି। ଆଜି ସକଳେ ତାଙ୍କର ପାର୍ଥିବ ଶରୀରକୁ ମୁମ୍ବାଇର କୋକିଳାବେନ୍‌ ହସ୍ପିଟାଲରୁ ଏକ ଶୋଭାଯାତ୍ରାରେ ନିଆଯାଇ ପ୍ରଥମେ ତାଙ୍କର ବାସଭବନ ଜାନକୀ କୁଟୀରରେ ରଖାଯାଇଥିଲା। ସେଠାରେ ତାଙ୍କର ଶେଷ ଦର୍ଶନଲାଗି ବ୍ୟବସ୍ଥା ହୋଇଛି। ଏହାପରେ ତାଙ୍କର ଅନ୍ତିମ ସଂସ୍କାର ମୁମ୍ବାଇର ସାନ୍ତାକ୍ରୁଜ୍‌ ଶ୍ମଶାନରେ କରାଯିବାର କାର୍ଯ୍ୟକ୍ରମ ରହିଛି।

ଏଠାରେ ସଚନାଯୋଗ୍ୟ ଯେ ପିତାଙ୍କ ମୃତ୍ୟୁ ଖବର ପାଇ ପୁଅ କରଣ ଏବଂ ଝିଅ ସଞ୍ଜନା ଗତକାଲି ବିଦେଶରୁ ମୁମ୍ବାଇ ଫେରିଥିଲେ। ଠିକ୍‌ ସେହିପରି ପୁତୁରା ଋଷି କପୁର ବି ନୂଆଦିଲ୍ଲୀଠାରେ ସୁଟିଂ ଚାଲିଥିବା ସିନେମା ‘ରାଜମା ଚାଓ୍ଵଲ’ ସେଟରୁ ସିଧାସଳଖ ମୁମ୍ବାଇ ଆସିଛନ୍ତି। ଏବେ ଶଶି କପୁରଙ୍କ ଅନ୍ତିମ ଯାତ୍ରାରେ ବହୁ ବଲିଉଡ ସେଲିବ୍ରିଟି ସାମିଲ ହୋଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର