‘ଶଶୁରାଲ୍‌ ସିମର୍‌ କା’ ଅଭିନେତ୍ରୀ ଦୀପିକା କକ୍କର ଅସୁସ୍ଥ, ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ପ୍ରାର୍ଥନା କଲେ ସ୍ୱାମୀ

ମୁମ୍ବାଇ: ‘ଶଶୁରାଲ୍‌ ସିମର୍‌ କା’ ଅଭିନେତ୍ରୀ ଦୀପିକା କକ୍କର ଅସୁସ୍ଥ ହୋଇ ହସ୍ପିଟାଲ୍‌ରେ ପଡ଼ିଛନ୍ତି। ତାଙ୍କ ସ୍ୱାମୀ ସୋଏବ ସେ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି। ଦୀପିକାଙ୍କର ଏକ ଫଟୋ ଦେଇ ସୋଏବ ତାଙ୍କ ଇନ୍‌ଷ୍ଟାରେ ଲେଖିଛନ୍ତି, ‘ବାସ୍‌ ଏବେ ଶୀଘ୍ର ଭଲ ହୋଇଯାଅ। ସେ ଜଲ୍‌ଦି ଭଲ ହୋଇଯାଆନ୍ତୁ ବୋଲି ପ୍ରାର୍ଥନା କରନ୍ତୁ।’ ତେବେ, ଦୀପିକାଙ୍କ ଦେହ ବାସ୍ତବରେ କ’ଣ ହୋଇଛି ତାହା ଏଯାବତ୍‌ ଜଣାପଡ଼ି ନାହିଁ।

 

 

View this post on Instagram

 

Bas ab jaldi theek ho jao yaar bachcha.. Pray for her speedy recovery🙏🏻

A post shared by Shoaib Ibrahim (@shoaib2087) on

୨୦୧୮ ମସିହା ଫେବ୍ରୁଆରି ମାସରେ ସୋଏବ ଓ ଦୀପିକା ପରସ୍ପରଙ୍କୁ ବିବାହ କରିଥିଲେ। ସେମାନଙ୍କ ବିବାହ ଭୋପାଳରେ ହୋଇଥିଲା। ୨୦୧୦ ମସିହାରେ ‘ନିର୍‌ ଭରେ ତେରେ ନୈନା ଦେବୀ’ ଧାରାବାହିକ ଜରିଆରେ ତାଙ୍କର ଟେଲିଭିଜନ ଡେବ୍ୟୁ କରିଥିଲେ। ପରେ ସେ ‘ଅଗଲେ ଜନମ ମୋହେ ବେଟିୟା ହି କିଜୋ’ରେ ଦେଖିବାକୁ ମିଳିଲେ। ବହୁ ଲୋକପ୍ରିୟ ଧାରାବାହିକ ‘ଶଶୁରାଲ୍‌ ସିମର୍‌ କା’ରେ ସିମର୍‌ ଭରଦ୍ୱାଜ ଭୂମିକା ନିଭାଇ ଚର୍ଚ୍ଚା ପାଲଟିଥିଲେ ଦୀପିକା। ସେ ୨୦୧୮ ମସିହାରେ ଦେଶର ବଡ଼ ରିୟଲିଟି ସୋ’ ‘ବିଗ୍‌ବସ୍‌’ର ବିଜୟିନୀ ମଧ୍ୟ ହୋଇଥିଲେ।

ସମ୍ବନ୍ଧିତ ଖବର