୨ବର୍ଷ ହେଲାଣି ଯୋଜନା କରି ମଧ୍ୟ ନିଜର ଶେଷ ସ୍ବପ୍ନ ପୁରଣ କରିପାରିଲେ ନାହିଁ ସତୀଶ

ମୁମ୍ବାଇ: ବଲିଉଡର ଜଣେ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ଭାବେ ଲୋକପ୍ରିୟତା ସାଉଁଟି ଥିବା ସତୀଶ କୌଶିକଙ୍କର ମାର୍ଚ୍ଚ ୯ ତାରିଖରେ ପରଲୋକ ହୋଇଥିଲା। ମୃତ୍ୟୁ ବେଳଙ୍କୁ ସତୀଶଙ୍କୁ ୬୬ ବର୍ଷ ହୋଇଥିଲା। ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିବା କଥା କୁହାଯାଉଥିବା ବେଳେ ଏବେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହେଉଛି। ଏମଧ୍ୟରେ ସତୀଶଙ୍କ ଶେଷ ଇଚ୍ଛା କ’ଣ ଥିଲ ତାହା ସାମ୍ନାକୁ ଆସିଛି। ୨ବର୍ଷ ହେଲାଣି ଯୋଜନା କରି ମଧ୍ୟ ସେ ନିଜର ଶେଷ ସ୍ବପ୍ନ ପୁରଣ କରିପାରିନଥିବା କୁହାଯାଉଛି।

ଜାତୀୟ ଗଣମାଧ୍ୟମ ଆଜ୍ ତକ୍ ମୁତାବକ, ସତୀଶ ଚାହୁଁଥିଲେ ଯେ ତାଙ୍କର ଜୀବନ ଯାତ୍ରା ଏକ ପୁସ୍ତକ ପୃଷ୍ଠାରେ ପରିଣତ ହେଉ। ସତୀଶ ଦୀର୍ଘ ସମୟ ଧରି ତାଙ୍କ ଆତ୍ମଜୀବନୀ ଲେଖିବାକୁ ଯୋଜନା କରୁଥିଲେ। ତେବେ ତାଙ୍କର କିଛି ଘନିଷ୍ଠ ବନ୍ଧୁଙ୍କ ବ୍ୟତୀତ ସତୀଶ ଅନ୍ୟ କାହାକୁ ଏବିଷୟରେ କହିନଥିଲେ। ଗତ ଦୁଇମାସ ଧରି ସେ ଏହି ଯୋଜନା ବିଷୟରେ ଚିନ୍ତା କରିବା ସହ ଖୁବଶୀଘ୍ର ଆତ୍ମଜୀବନୀ ଲେଖିବା ଆରମ୍ଭ କରିବାକୁ ଚାହୁଁଥିଲେ ବୋଲି ଜଣାପଡ଼ିଛି।

ତେବେ ସତୀଶଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହେଉଥିବା ବ‌େଳେ ହୋଲି ପାର୍ଟି ହୋଇଥିବା ଫାର୍ମ ହାଉସର ମାଲିକ ତଥା ସତୀଶଙ୍କ ବନ୍ଧୁ ବିକାଶ ମାଲୁଙ୍କ ଉପରେ ଏହି ଆରୋପ ଲାଗିଛି। ଆଉ କେହି ନୁହନ୍ତି ବରଂ ବିକାଶଙ୍କ ପତ୍ନୀ ଏହି ଅଭିଯୋଗ କରିଛନ୍ତି। ବିକାଶ ମାଲୁଙ୍କ ପତ୍ନୀ ସାନବୀ ମାଲୁ ଦିଲ୍ଲୀ ପୁଲିସକୁ ଚିଠି ଲେଖି ତାଙ୍କ ସ୍ୱାମୀ, ସତୀଶ କୌଶିକଙ୍କୁ ହତ୍ୟା କରିଥିବା ସନ୍ଦେହ କରୁଥିବା କହିଛନ୍ତି।

ସାନବୀ ମାଲୁଙ୍କ ଅନୁଯାୟୀ, ୧୫କୋଟି ଟଙ୍କା ଋଣକୁ ନେଇ ବିକାଶ ଏବଂ ସତୀଶଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଭଳି ପରିସ୍ଥିତିରେ ସାନବୀ ସନ୍ଦେହ କରୁଛନ୍ତି  ଯେ ବିକାଶ ହୁଏତ ସତୀଶଙ୍କୁ ଭୁଲ ଔଷଧ ଖାଇବାକୁ ଦେଇଥିବେ। ଭୁଲ ଔଷଧ ଖାଇ ସତୀଶଙ୍କ ମୃତ୍ୟୁ ହେଲେ ବିକାଶଙ୍କୁ ଆଉ ୧୫କୋଟି ଦେବାକୁ ପଡ଼ିବ ନାହିଁ ବୋଲି ଭାବି ସେ ଏଭଳି କରିଥାଇ ପାରନ୍ତି। ସାନବୀ ଏଭଳି ଚିଠି ଲେଖି ଘଟଣାର ତଦନ୍ତ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର