ସତୀଶଙ୍କୁ ତାଙ୍କ ବନ୍ଧୁ ଟଙ୍କା ପାଇଁ ହତ୍ୟା କରିଥାଇପାରନ୍ତି ବୋଲି ହେଉଥିବା ଅଭିଯୋଗକୁ ନେଇ ମୁହଁ ‌ଖୋଲିଲେ କୌଶିକଙ୍କ ସ୍ତ୍ରୀ

ନୂଆଦିଲ୍ଲୀ: ବଲିଉଡର ଜଣେ ଲୋକପ୍ରିୟ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ଥିବା ସତୀଶ କୌଶିକଙ୍କର ମାର୍ଚ୍ଚ ୯ ତାରିଖରେ ପରଲୋକ ହୋଇଥିଲା। ସତୀଶଙ୍କ ମୃତ୍ୟୁ ହୃଦ୍‌ଘାତରେ ହୋଇଥିବା ପ୍ରାରମ୍ଭିକ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିବା ସତ୍ତ୍ବେ ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ‌ହୋଇଛି।

ଏମିତି କି ୧୫କୋଟି ପାଇଁ ବ୍ୟବସାୟୀ ବନ୍ଧୁ ବିକାଶ ମାଲୁ ସତୀଶ କୌଶିକଙ୍କ ହତ୍ୟା କରିଛନ୍ତି ବୋଲି କୁହାଯାଉଛି। ସତୀଶଙ୍କ ବନ୍ଧୁ ବିକାଶ ମାଲୁଙ୍କ ଉପରେ ଏହି ଅଭିଯୋଗ ଆଉ କେହି ନୁହନ୍ତି ବରଂ ବିକାଶଙ୍କ ପତ୍ନୀ ସାନବୀ ମାଲୁ କରିଥିବା ଜଣାପଡ଼ିଛି।।

Bollywood actor Satish Kaushik's death murder? Woman reveals that husband killed her for Rs 15 crore – Janam TV - time.news - Time News

ବିକାଶଙ୍କ ପତ୍ନୀ ସାନବୀ ମାଲୁଙ୍କ ଏଭଳି ଅଭିଯୋଗକୁ ନେଇ ସତୀଶଙ୍କ ପତ୍ନୀ  ମୁହଁ ଖୋଲିଛନ୍ତି। ଶଶି କୌଶିକ କହିଛନ୍ତି, ‘ସ୍ବାମୀଙ୍କୁ ତାଙ୍କ ବନ୍ଧୁ ବିକାଶ ହତ୍ୟା କରିଥିବା ଅଭିଯୋଗ ଆଦୌ ଗ୍ରହଣୀୟ ନୁହେଁ। କାରଣ ମୁଁ ଭଲଭାବେ ଜାଣିଛି ଦୁହିଁଙ୍କ ମଧ୍ୟରେ ଟଙ୍କାକୁ ‌ନେଇ କୌଣସି ଝଗଡ଼ା ଲାଗି ନଥିଲା । ସତୀଶଙ୍କ ଶବବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ଭାବେ ଲେଖା ହୋଇଛି କି ତାଙ୍କ ଶରୀରରେ ୯୮ ପ୍ରତିଶତ ବ୍ଲକେଜ ଥିଲା। ସେ ମଧୁମେହ ଓ ଗ୍ୟାସର ଔଷଧ ସେବନା କରୁଥିଲେ।

ସାନବୀ ମାଲୁ ସ୍ବାମୀ ବିକାଶ ଠାରୁ ଅଲଗା ହୋଇଯାଇଛନ୍ତି। ସେ ଚାହୁଁଛନ୍ତି ସ୍ବାମୀ ବିକାଶଙ୍କ ନାମରେ ଏଭଳି କଥା କହି ତାଙ୍କୁ ଫସାଇ ଦେବେ। କିନ୍ତୁ ଏସବୁ ଠିକ ନୁହେଁ। ସ୍ବାମୀଙ୍କ ମୃତ୍ୟୁର ଦୁଃଖରେ ମୁଁ ସମୟ କାଟୁଛି। ଏଭଳି ପରିସ୍ଥିତିରେ କିଛି ନଜାଣି ନଶୁଣି ମନଇଚ୍ଛା ବୟାନ ଦେବା ଆଦୌ ଠିକ ନୁହେଁ। ସତୀଶଙ୍କ ମୃତ୍ୟୁ ପଛରେ ଟଙ୍କା ନେଣଦେଣର କୌଣସି କାରଣ ନାହିଁ।’

Satish Kaushik death: Woman claims her husband killed actor-director for Rs 15 cr

ବିକାଶ ମାଲୁଙ୍କ ପତ୍ନୀ ସାନବୀ ମାଲୁ ଦିଲ୍ଲୀ ପୁଲିସକୁ ଚିଠି ଲେଖି ତାଙ୍କ ସ୍ୱାମୀ, ସତୀଶ କୌଶିକଙ୍କୁ ହତ୍ୟା କରିଥିବା ସନ୍ଦେହ କରୁଥିବା କହିଥିଲେ।

ସାନବୀ ମାଲୁଙ୍କ ଅନୁଯାୟୀ, ୧୫କୋଟି ଟଙ୍କା ଋଣକୁ ନେଇ ବିକାଶ ଏବଂ ସତୀଶଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଭଳି ପରିସ୍ଥିତିରେ ସାନବୀ ସନ୍ଦେହ କରୁଛନ୍ତି  ଯେ ବିକାଶ ହୁଏତ ସତୀଶଙ୍କୁ ଭୁଲ ଔଷଧ ଖାଇବାକୁ ଦେଇଥିବେ।

ଭୁଲ ଔଷଧ ଖାଇ ସତୀଶଙ୍କ ମୃତ୍ୟୁ ହେଲେ ବିକାଶଙ୍କୁ ଆଉ ୧୫କୋଟି ଦେବାକୁ ପଡ଼ିବ ନାହିଁ ବୋଲି ଭାବି ସେ ଏଭଳି କରିଥାଇ ପାରନ୍ତି। ସାନବୀ ଏଭଳି ଚିଠି ଲେଖି ଘଟଣାର ତଦନ୍ତ ଦାବି କରିଛନ୍ତି।

 

ସମ୍ବନ୍ଧିତ ଖବର