ନୂଆଦିଲ୍ଲୀ: ‘ପରମାଣୁ’ ସିନେମାରେ ସଫଳତା ସାଉଁଟିବା ପରେ ଅଭିନେତା ଜନ୍ ଅବ୍ରାହମ ପୁଣିଥରେ ଏକ ଦେଶଭକ୍ତି ସିନେମା ସହିତ ପରଦାରେ ତାଙ୍କର ଜଳଓ୍ଵା ଦେଖାଇବାକୁ ଯାଉଛନ୍ତି। ନିକଟରେ ସିନେମା ‘ସତ୍ୟମେବ ଜୟତେ’ର ଟ୍ରେଲର ରିଲଜ ହୋଇସାରିଛି। ଟ୍ରେଲର ଦେଖି ଲାଗୁଛି କି ସିନେମାଟି ଦର୍ଶକଙ୍କୁ ଆକସନ୍ ଓ ଥ୍ରିଲରର ଭରପୂର ଖୋରାକ ଯୋଗାଇବ। ରିଲିଜ ହେବା କ୍ଷଣି ‘ସତ୍ୟମେବ ଜୟତେ’ର ଟ୍ରେଲର ହିଟ୍ ହୋଇଥିବା ଜାଣିବାକୁ ମିଳିଛି। ତେବେ ଟ୍ରେଲର ଦେଖିବା ପରେ ଦର୍ଶକଙ୍କ ସିନେମା ଦେଖିବାର ଇଚ୍ଛା ଆହୁରି ଦ୍ୱିଗୁଣିତ ହୋଇଯାଇଛି।
ମିଲାପ ଜାେଓ୍ଵରି ନିର୍ଦ୍ଦେଶିତ ‘ସତ୍ୟମେବ ଜୟତେ’ ସିନେମା ଅଗଷ୍ଟ ୧୫ରେ ରିଲିଜ ହେବାକୁ ଯାଉଛି। ଟ୍ରେଲର ଲଞ୍ଚ ପୂର୍ବରୁ ସିନେ-ନିର୍ମାତାମାନେ ସୋସିଆଲ ମିଡିଆରେ ସିନେମାର କେତେଟି ପୋଷ୍ଟର ରିଲିଜ କରିଥିଲେ। ଏହାକୁ ବି ଦର୍ଶକ ବେଶ୍ ପସନ୍ଦ କରିଥିଲେ। ସିନେମାରେ ଜନ ଅବ୍ରାହମ, ମୋଜନ ବାଜପେଇ ଓ ଆୟଶା ଶର୍ମା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଆୟଶା ଅଭିନେତ୍ରୀ ନେହା ଶର୍ମାଙ୍କ ଭଉଣୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/NBT-image-2-2.jpg)