ହାଇଦ୍ରାବାଦ: ସନ୍ଧ୍ୟା ଥିଏଟରରେ ଆୟୋଜିତ 'ପୁଷ୍ପା ୨: ଦି ରୁଲ୍'ର ପ୍ରିମିୟର୍ ସୋ’କୁ ନ ଜଣାଇ ଯିବା ହେତୁ ହୋଇଥିବା ଭିଡ଼ରେ ଜଣେ ମହିଳାଙ୍କ ଦଳାଚକଟାରେ ମୃତ୍ୟୁ ହେବା ଘଟଣାକୁ କେନ୍ଦ୍ର କରି ଅଲ୍ଲୁ ଅର୍ଜୁନଙ୍କୁ ଶୁକ୍ରବାର ହାଇଦ୍ରାବାଦ ପୁଲିସ ଗିରଫ କରିଛି। 

Advertisment

ଏହି ଖବର ପାଇବା ପରେ ଅଲ୍ଲୁଙ୍କ ଫ୍ୟାନ୍ସମାନେ ନିରାଶ ହୋଇଯିବା ସହିତ ପ୍ରଶ୍ନ କରିଛନ୍ତି କି, ଅଲ୍ଲୁ ଅର୍ଜୁନ ଆଜି ଜାମିନ ପାଇବେ ନା ତାଙ୍କୁ ଜାମିନ ପାଇଁ କୋର୍ଟକୁ ଯିବାକୁ ପଡ଼ିବ। କ’ଣ ଆଜି ରାତିରେ ଅଲୁ ଅର୍ଜୁନଙ୍କୁ ଜେଲରେ ବିତାଇବାକୁ ପଡ଼ିବ କି?

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ପୁଲିସ ସାଉଥ ସୁପରଷ୍ଟାରଙ୍କ ବିରୋଧରେ ଯେଉଁ ସବୁ  ଧାରା ଲାଗୁ କରିଛି ତାହା ଜାମିନବିହୀନ ଅଟେ।

ନିକଟରେ ଅଲ୍ଲୁ ଅର୍ଜୁନ କୋର୍ଟରେ କରିଥିବା ଆବେଦନରେ ତାଙ୍କ ଗିରଫ ଅଟକାଇବା ପାଇଁ ସୂଚିତ କରିଥିଲେ। ଏହି ଆବେଦନ ସତ୍ତ୍ବେ ପୁଲିସ ଶୁକ୍ରବାର ସୁପରଷ୍ଟାରଙ୍କ ଘରେ ପହଞ୍ଚି ଅଲ୍ଲୁଙ୍କୁ ଗିରଫ କରି ନେଇଛି। 

ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଏପି ସିଂ କହିଛନ୍ତି, ‘ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ଯେଉଁ ଧାରା ଲାଗୁ କରାଯାଇଛି ସେ ସବୁ ଜାମିନବିହୀନ । ପୁଲିସ ତାଙ୍କୁ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ହାଜର କରିବ। ମାଜିଷ୍ଟ୍ରେଟଙ୍କ ଜାମିନ ପ୍ରଦାନ କରିବାର କ୍ଷମତା ଅଛି। ଯଦି ତାଙ୍କୁ ଆଜି ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଏ, ତେବେ ଅଲ୍ଲୁଙ୍କ ଜାମିନ ପାଇବାର ସମ୍ଭାବନା ୧୦୦ପ୍ରତିଶତ  ରହିଛି।

କାରଣ, ଜଣେ ଭାରତୀୟ ନାଗରିକଙ୍କୁ କେ୍ୗଣସି ସ୍ଥାନକୁ ଯିବା ପୂର୍ବରୁ ପୁଲିସକୁ ଜଣାଇବା ବାଧ୍ୟତାମୂଳକ ନୁହେଁ। ଯଦି ସେ ଜଣେ ସେଲିବ୍ରିଟି ତେବେ ପୁଲିସକୁ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରିବା ଉଚିତ । ଅଲ୍ଲୁ ଅର୍ଜୁନ ଜଣେ ଅପରାଧୀ କିମ୍ବା ପଳାତକ ନୁହନ୍ତି। ତେଣୁ ଆଜି ତାଙ୍କୁ ଜାମିନ ମିଳିବାର ପୂରା ସମ୍ଭାବନା ରହିଛି।