ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାକୁ ନେଇ ସିବିଆଇ ଯାଞ୍ଚ ଆବେଦନର ଶୁଣାଣି ମନା କରି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାକୁ ନେଇ ସିବିଆଇ ଯାଞ୍ଚ କରିବାର ଆବେଦନ ଶୁଣାଣିକୁ ସୁପ୍ରିମକୋର୍ଟ ସୋମବାର ଖରାଜ କରି ଦେଇଛନ୍ତି। କେବଳ ଏତିକି ନୁହେଁ ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ ଆବେଦନ ଫେରାଇ ନେବାକୁ କହିଛନ୍ତି। ଏଥିସହିତ ଏହି ଆବେଦନ ନେଇ ବମ୍ବେ ହାଇକୋର୍ଟ ଯିବାକୁ କହିଛନ୍ତି।

Former manager to Sushant Singh Rajput, Disha Salian.

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ବାରମ୍ବାର ସିବିଆଇ ଯାଞ୍ଚ ଦାବି କରାଯାଉଛି। ଏହାପରେ କୋର୍ଟ ସିବିଆଇ ଯାଞ୍ଚର ମଞ୍ଜୁରି ଦେଇଛନ୍ତି। ଏହି ମଞ୍ଜୁରି ପରେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁକୁ ନେଇ ବି ସିବିଆଇ ଯାଞ୍ଚ ଦାବି କରାଯାଉଥିଲା। ଏହାକୁ ନେଇ ସୁପ୍ରିକୋର୍ଟ କ’ଣ ନିଷ୍ପତ୍ତି ନେବେ ତାହାକୁ ସମସ୍ତେ ଅପେକ୍ଷା କରିଥିବା ବେଳେ ସୋମବାର ସୁପ୍ରିମ କୋର୍ଟ ଏହି ମାମଲାର ଶୁଣାଣି କରିବାକୁ ମନା କରିଦେବା ସହ ଏହି ମାମଲା ବମ୍ବେ ହାଇକୋର୍ଟରେ ଉଠାଇବାକୁ କହିଛନ୍ତି।

ସମ୍ବନ୍ଧିତ ଖବର

Comments are closed.