କିଛିଦିନର ଶିଥିଳତା ପରେ ପୁଣି ଚର୍ଚ୍ଚାରେ ଅର୍ଜୁନଙ୍କ ସହ ମଲାଇକାଙ୍କ ପ୍ରେମ ସମ୍ପର୍କ

ମଲାଇକାଙ୍କୁ ତାଙ୍କ ପୁରୁଷବନ୍ଧୁ ଅର୍ଜୁନ ‘ଶୀର୍ଷକ ଚୋରଣୀ’ର ଆଖ୍ୟା ଦେଇଛନ୍ତି। କମଳା ରଙ୍ଗର ବିକିନୀ ଓ ସର୍ଟସ୍ ପିନ୍ଧି ସୁଇମିଂ ପୁଲ୍‌ରେ ମଲାଇକା ଏମିତି ଠାଣି ମାରିଛନ୍ତି ଯେ ଏହା ଦେଖିବା ଲୋକଙ୍କ ଛାତି ସହୁନାହିଁ। ସବୁବେଳେ ନୂଆ ଢଙ୍ଗର ମନ୍ତବ୍ୟ ଦେଇ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାକୁ ଚାହୁଥିବା ମଲାଇକା ପୁରୁଷବୂନ୍ଧୁ ଅର୍ଜୁନଙ୍କ ସହ କିଛି ନଖରାମି କରି ପୁଣି ଆଲୋଚନାକୁ ଆସିବାକୁ ପ୍ରୟାସ କରିଛନ୍ତି। ୪୮ ବର୍ଷୀୟା ମଲାଇକା ପୁଣି ଥରେ ସ୍ପଷ୍ଟ ଦିବାଲୋକରେ ନିଜର ଦୁଷ୍ଟାମିର ପ୍ରଚାର କରିବାକୁ ଯାଇ ସାମାଜିକ ଗଣମାଧ୍ୟମରେ ନିଜକୁ ଚର୍ଚ୍ଚାକୁ ଆଣିଛନ୍ତି। ଏକ କମଳା ରଙ୍ଗର ବିକିନୀ ଓ କଳା ରଙ୍ଗର ସର୍ଟସ୍ ପିନ୍ଧି ସେ ନିଜକୁ ସୁଇମିଂ ପୁଲ୍‌ରେ ଯେଭଳି ଭିଜେଇଛନ୍ତି ତାହାର ଛବି ଦର୍ଶକଙ୍କ ସାମନାକୁ ଆଣି ଅଧିକ ଚର୍ଚ୍ଚିିତ ହେବାକୁ ଚାହିଛନ୍ତି। ସଂପୃକ୍ତ ଉତ୍ତେଜକ ଫଟୋକୁ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଛାଡ଼ି ସେ ଶୀର୍ଷକ ଲେଖିଛନ୍ତି ‘ସନ୍‌ଡେ ସନ୍ନି ସାଇଡ୍ ଅପ୍‌’।

ଏହା ଦେଖିବା ପରେ ଅର୍ଜୁନ ଲେଖିଛନ୍ତି- ‘ତୁମ ଶିରୋନାମା ସୁନ୍ଦର ହେଇଛି, ହେ ହେ ଶୀର୍ଷକ ଚୋରଣୀ’। ଅର୍ଜୁନ ଏବେ ଅଜୟ ଭେଲ୍‌ଙ୍କ ‘ଲେଡି କିଲର୍’ରେ ଭୂମି ପେଦ୍‌ନାକରଙ୍କ ବିପକ୍ଷର ନାୟକ ସାଜିଛନ୍ତି। ଏହା ବ୍ୟତୀତ ସେ ‘କୁଟେ’ ଓ ‘ଏକ୍ ଭିଲିଆନ୍ ରିଟର୍ଣ୍ଣସ୍‌’ରେ ମଧ୍ୟ ନାୟକ ସାଜିଛନ୍ତି। ଅର୍‌ବାଜ୍‌ଙ୍କ ପୂର୍ବତନ ପତ୍ନୀ ମଲାଇକା ଓ ବୋନି କପୁରଙ୍କ ପୁଅ ଅର୍ଜୁନ୍‌ଙ୍କ ପ୍ରେମ ସମ୍ପର୍କ କିଛିଦିନ ଧରି ଶିଥିଳ ପଡ଼ିଥିବା ବେଳେ ଏବେ ପୁଣି ସକ୍ରିୟ ହେଇଛି ବୋଲି ଜଣାପଡ଼ିଛି। ମଲାଇକା ନିଜ ପରିବାରରୁ ବେଶ୍ କିଛିଦିନ ଦୂରେଇ ରହି ଅଜୁର୍ନଙ୍କ ସହ ସମୟ ବିତାଉଥିବା ରୋଚକ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର