ଲଭର୍ ବୟ ଭୂମିକାରେ ପ୍ରଭାସ

‘ବାହୁବଳୀ’ ମେଗାଷ୍ଟାର୍ ପ୍ରଭାସ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରାଧେ ଶ୍ୟାମ’‌‌ରେ ଜଣେ ଲଭର୍‌ ବୟ ଭୂମିକାରେ ଅଭିନୟ କରିବେ। ଚଳଚ୍ଚିତ୍ର ନିର୍ମାତା ଭୂଷଣ କୁମାର ଆଜି ଏହାର ପ୍ରି-ଟିଜର୍ ରିଲିଜ୍ କରାଇବା ପରେ ଏହି ଘଟଣା ପଦାକୁ ଆସିଛି। ଭିଡିଓରେ ପ୍ରଭାସଙ୍କ ପୂର୍ବ ଚଳଚ୍ଚିତ୍ର ବାହୁବଳୀର ଜଣେ ଯୋଦ୍ଧା, ସାହୋରେ ଜଣେ ଆକ୍ସନ ହିରୋରୁ କିପରି ରୋମାଣ୍ଟିକ୍ ବୟକୁ ପରିବର୍ତ୍ତନ ହେଇଛନ୍ତି, ତାହା ଦେଖାଯାଉଛି। ସେହିଭଳି ଭିଡିଓର କ୍ୟାପ୍‌ସନରେ ପ୍ରଭାସ-ପୂଜା ହେଗ୍‌ଡେଙ୍କ ଦ୍ବାରା ଅଭିନୀତ ଏହି ଚଳଚ୍ଚିତ୍ର ଫେବ୍ରୁଆରି ୧୪ ଅର୍ଥାତ୍ ଭାଲେଣ୍ଟାଇନ୍ସ ଡେ’ରେ ଧମାଲ୍ କରିବ ବୋଲି ଲେଖାଯାଇଛି। ତେବେ ଚଳଚ୍ଚିତ୍ରକୁ ନେଇ ପ୍ରଭାସଙ୍କ ଦର୍ଶକମାନେ ଉତ୍ସାହିତ ଥିବା ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର