ପତ୍ନୀଙ୍କ ଗ୍ଲାମରସ୍ ଲୁକ୍ ଦେଖି ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ୍ କହିଲେ ଏଭଳି କଥା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ୍ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି। ଚହଲଙ୍କ ପତ୍ନୀ ଧନଶ୍ରୀ ବର୍ମା  ନିଜର କୋରିଓଗ୍ରାଫି ପାଇଁ ବେଶ ଜଣାଶୁଣା । ଅନେକ ସମୟରେ ତାଙ୍କର ସୌନ୍ଦର୍ଯ୍ୟକୁ ନେଇ ମଧ୍ୟ ହଇଚଇ ସୃଷ୍ଟି ହୁଏ। ଧନଶ୍ରୀଙ୍କ ଫଟୋକୁ ସୋସିଆଲ ମିଡିଆରେ ତାଙ୍କର ପ୍ରଶଂସକମାନେ ପସନ୍ଦ କରନ୍ତି । ବର୍ତ୍ତମାନ ସେ ତାଙ୍କର ଗ୍ଲାମରସ୍ ଫଟୋ ପାଇଁ ଏବେ ପୂରା ଚର୍ଚ୍ଚାରେ ଅଛନ୍ତି । ଧନଶ୍ରୀ ବର୍ମା ସୋସିଆଲ ମିଡିଆରେ ସବୁବେଳେ ତାଙ୍କର ଖାସ୍ ଫଟୋ ଓ ଭିଡିଓ ସେୟାର କରନ୍ତି । ନିକଟରେ ଧନଶ୍ରୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର ସବୁଠୁ ଭଲ ଫଟୋ ସେୟାର କରିଛନ୍ତି । ଫଟୋରେ ତାଙ୍କର ଏଭଳି  ଲୁକ୍ ଦେଖି ସ୍ୱାମୀ ୟୁଜବେନ୍ଦ୍ର ଚହଲ ମଧ୍ୟ ତାଙ୍କ ଫଟୋକୁ ନେଇ ମଜାଳିଆ ମନ୍ତବ୍ୟ ଦେଇଛନ୍ତି । ଫଟୋରେ ଧନଶ୍ରୀ ଏକ ୱାଇନ୍ ରଙ୍ଗର ପୋଷାକ ପିନ୍ଧିଥିବା ଦେଖିବାକୁ ମିଳୁଛି । ନିଜକୁ ଅଧିକ ସୁନ୍ଦର ଦେଖାଇବା ପାଇଁ ସେ କେଶ ଖୋଲା କରିଥିବା ନଜର ଆସୁଛନ୍ତି । ବିଭିନ୍ନ ଶୈଳୀରେ ପୋଜ୍ ଦେଉଥିବା ଦେଖିବାକୁ ମିଳିଛି । ଏହି ଛବିଗୁଡିକୁ ସେୟାର୍ କରିବାବେଳେ ଧନଶ୍ରୀ ବର୍ମା ଏକ ସ୍ୱତନ୍ତ୍ର କ୍ୟାପସନ୍ ମଧ୍ୟ ଲେଖିଛନ୍ତି ।

ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି, ଯାହାକୁ ୟୁଜବେନ୍ଦ୍ର ଚହଲ ମଧ୍ୟ ପ୍ରଶଂସା କରି ଏକ ମଜାଳିଆ ମନ୍ତବ୍ୟ ଦେଇଛନ୍ତି। ଚହଲ ତାଙ୍କ ମନ୍ତବ୍ୟରେ ‘ନିୟୁକ୍ଲିୟର ବମ୍’ ଲେଖିଛନ୍ତି । ସୋସିଆଲ ମିଡିଆରେ ୟୁଜବେନ୍ଦ୍ର ଚହଲଙ୍କ ମନ୍ତବ୍ୟ ଏବେ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। କହିବାକୁ ଗଲେ ଦୁଇବର୍ଷ ତଳେ ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମା ପରସ୍ପର ସହିତ ବିବାହ ବନ୍ଧନରେ ବାନ୍ଧିହୋଇଥିଲେ । ଧନଶ୍ରୀ ଜଣେ ନାମୀଦାମୀ କୋରିଓଗ୍ରାଫର୍ ଭାବରେ ପରିଚିତ । ସେ ଅନେକ ସମୟରେ ସୋସିଆଲ ମିଡିଆରେ ନିଜର ଡ୍ୟାନ୍ସ ଭିଡିଓକୁ ସେୟାର କରନ୍ତି ।

ସମ୍ବନ୍ଧିତ ଖବର