ଭୁବନେଶ୍ବର: ଅକ୍ଷୟ କୁମାର ପରିଜାଙ୍କ ‘ନୂଆବୋହୂ’ ମୁଣ୍ଡରେ ଏଥର ହାତୀ ସୁନା କଳସ ଢାଳିଛି। ନୂଆବୋହୂ ଶ୍ରେଷ୍ଠ ଧାରାବାହିକ ହେବା ସହିତ ୫ଟି ବର୍ଗରେ ରାଜ୍ୟ ଟେଲି ପୁରସ୍କାର ହାତେଇବାକୁ ମନୋନୀତ ହୋଇଛି। ‘ରାଜକନ୍ୟା’ ଧାରାବାହିକର ନିର୍ଦେଶକ ଆଶିଷ ବେହେରା ଶ୍ରେଷ୍ଠ ନିର୍ଦେଶକ ମନୋନୀତ ହୋଇଥିବା ବେଳେ ‘ନୂଆବୋହୂ’ର ଜଗଜିତ୍ ପଲ୍ ଶ୍ରେଷ୍ଠ ଅଭିନେତା ବିବେଚିତ ହୋଇଛନ୍ତି। ଶ୍ରେଷ୍ଠ ଅଭିନେତ୍ରୀ ମୁକୁଟ ଏଥର ଦୁଇଜଣ ପିନ୍ଧିବେ। ‘ନୂଆବୋହୂ’ର ମିତାଲି ସରଘରିଆ ଏବଂ ‘ଟୁପୁର ଟାପୁର’ର ଏଲି ପାଢ଼ୀଙ୍କୁ ଶ୍ରେଷ୍ଠ ଧାରାବାହିକ ଅଭିନେତ୍ରୀ ଭାବେ ମନୋନୀତ ହୋଇଛନ୍ତି। ଅଶୋକ କୁମାର ମିଶ୍ରଙ୍କ ପ୍ରଯୋଜିତ ‘ରଗଡ଼ା’ ଶ୍ରେଷ୍ଠ ଟେଲି ଫିଲ୍ମ ଏବଂ ସାରଦା ପ୍ରସନ୍ନ ସ୍ବାଇଁଙ୍କୁ ଟେଲି ଫିଲ୍ମ ‘ନିରୁପାୟ’ ପାଇଁ ନିର୍ଦେଶକ ବର୍ଗରେ ପୁରସ୍କୃତ କରାଯିବ। ୨୦ଟି ବର୍ଗରେ ଧାରାବାହିକ ଓ ଟେଲି ଫିଲ୍ମ ଆହ୍ବାନ କରାଯାଇଥିବା ବେଳେ ୧୯ଟି ବର୍ଗରେ ପୁରସ୍କାର ପ୍ରଦାନ ପାଇଁ ଚୟନ କରାଯାଇଛି। ଆଦିବାସୀ ଭାଷାରେ ନିର୍ମିତ ଶ୍ରେଷ୍ଠ ଟେଲିଫିଲ୍ମ ବର୍ଗରେ କୌଣସି ଚଳଚ୍ଚିତ୍ର ଆସିପାରି ନଥିଲା। ଘନଶ୍ୟାମ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ତ୍ରିପୁରା ମିଶ୍ର, ମନୋଜ ପଟ୍ଟନାୟକ, ପ୍ରଶାନ୍ତ ପାଢ଼ୀ, ଆଦିକନ୍ଦ ରାଉତଙ୍କୁ ନେଇ ଗଠିତ ବିଚାରକ କମିଟି ଚୂଡ଼ାନ୍ତ ବିଚାର କରିଥିଲେ। ମାର୍ଚ ୨ ତାରିଖରେ ଉତ୍କଳ ମଣ୍ଡପରେ ଏହି ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ।
ଧାରାବାହିକ ପୁରସ୍କାର: ନୂଆବୋହୂ ଶ୍ରେଷ୍ଠ ଧାରାବାହିକ, ଜଗଜିତ ଶ୍ରେଷ୍ଠ ଅଭିନେତା, ମିତାଲି ଶ୍ରେଷ୍ଠ ଅଭିନେତ୍ରୀ
/sambad/media/post_attachments/wp-content/uploads/2019/02/Untitled-1-16.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)