ଚେନ୍ନାଇ: ସାଉଥ ସିନେମାର ଭେଟେରାନ ଅଭିନେତା ରଜନୀକାନ୍ତଙ୍କ ବଡ ଝିଅ ଐଶ୍ଵର୍ଯ୍ୟାଙ୍କ ଲକରରୁ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଚୋରି ମାମଲାରେ ଆଜି ପୁଲିସ ଚୋରମାନଙ୍କୁ ଧରି ଘଟଣା ବାବଦରେ ଖୁଲାସା କରିଛି | ଏହି ଘଟଣାରେ ପୁଲିସ ଘରର ସହାୟିକା ଏବଂ କାର ଡ୍ରାଇଭରକୁ ଗିରଫ କରିଛି । ବାସ୍ତବରେ ଐଶ୍ଵର୍ଯ୍ୟା ଚେନ୍ନାଇରେ ଥିବା ତାଙ୍କ ଘରର ଲକରରୁ ସୁନା, ହୀରା ଏବଂ ରୂପାର ୩ ଲକ୍ଷରୁ ଅଧିକ ମୂଲ୍ୟର ଅଳଙ୍କାର ଚୋରି ହୋଇଥିବା ପୁଲିସ ନିକଟରେ ଅଭିଯୋଗ କରିଥିଲେ | ଆଉ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

Advertisment

ଆଜି ପୁଲିସକୁ ସଫଳତା ମିଳିଥିଲା | ଖବର ଅନୁଯାୟୀ, ଚେନ୍ନାଇ ପୁଲିସ ଏହି ମାମଲାରେ ଘରର ୧୮ ବର୍ଷ ଧରି କାମ କରୁଥିବା ସହାୟିକା ଇଶ୍ୱରୀ ଏବଂ କାର ଡ୍ରାଇଭର ଭେଙ୍କଟେଶଙ୍କୁ ଗିରଫ କରିଛି। ଦୀର୍ଘ ଦିନ ଧରି ଈଶ୍ୱରୀ ସେଠାରେ ରହୁଥିବାରୁ ଲକରର ଚାବି ବାବଦରେ ସୂଚନା ଥିଲା | ଆଉ ଈଶ୍ୱରୀ ହିଁ ଡ୍ରାଇଭର ସହ ମିଶି ଏହି ଚୋରି କରିଥିଲା | ଏକ ମାସ ପୂର୍ବରୁ ଉଭୟ ଏହି ଚୋରି କରିଥିବାବେଳେ ଅଳଙ୍କାର ଚୋରି କରି ଈଶ୍ୱରୀ ଏକ ଘର ମଧ୍ୟ କିଣିଥିଲେ | ପୁଲିସ ବର୍ତ୍ତମାନ ଉଭୟଙ୍କୁ ଗିରଫ କରିବା ସହ ଘର କିଣିବା ବ୍ୟବହୃତ କାଗଜପତ୍ର ମଧ୍ୟ ଜବତ କରିଛି । ଉଲ୍ଲେଖ ଥାଉ କି ସୁପରଷ୍ଟାର ରଜନୀକାନ୍ତଙ୍କ ବଡ ଝିଅ ଐଶ୍ଵର୍ଯ୍ୟା ହେଉଛନ୍ତି ସାଉଥ ସୁପରଷ୍ଟାର ଧନୁଷଙ୍କ ପୂର୍ବତନ ପତ୍ନୀ।