ସିଡିଆର୍‌ ମାମଲାରେ ନୂଆ ନାଁ, ଅଭିନେତ୍ରୀ କଙ୍ଗନା ବି ନେଇଥିଲେ ସିଡିଆର୍‌ର ସହାୟତା

ମୁମ୍ବାଇ: ବିଲିଉଡ୍‌ରେ ଏବେ ଲଗାତର ଭାବେ ଦେଖିବାକୁ ମିଳୁଛି କଲ୍‌ ଡିଟେଲ୍‌ ରେକର୍ଡ(ସିଡିଆର୍‌) ମାମଲା। ବଲିଉଡର ବହୁ ତାରକା ନିକଟ ଅତୀତରେ କଲ୍‌ ଡିଟେଲ୍‌ ରେକର୍ଡ(ସିଡିଆର୍‌) ମାମଲାରେ ଯୋଡ଼ି ହୋଇ ଯାଇଛନ୍ତି। ଅଭିନେତା ନଓ୍ଵାଜଉଦ୍ଦିନ ସିଦ୍ଧିକ ପତ୍ନୀ ଆଲିଆଙ୍କୁ ସନ୍ଦେହ କରି ତାଙ୍କର କଲ୍‌ ଡିଟେଲ୍‌ ରେକର୍ଡ(ସିଡିଆର୍‌) ବାହାର କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହି ମାମଲାରେ ଥାନେ କ୍ରାଇମ୍‌ ବ୍ରାଞ୍ଚ ନିକଟରେ ଏହି ରାକେଟ୍‌ରେ ସାମିଲ୍‌ ହୋଇଥିବା ଓକିଲ ରିଜବାନ ସଦ୍ଧିକ୍‌ଙ୍କୁ ଗିରଫ କରିଥିଲା।

ସିଦ୍ଧିକଙ୍କ ବ୍ୟତୀତ ଏହି ମାମଲାରେ ଜଣେ ସୁପର୍‌ଷ୍ଟାର୍‌ଙ୍କ ପତ୍ନୀ ମଧ୍ୟ ଫସି ଯାଇଥିବା ଜାଣିବାକୁ ମିଳିଛି। ତେବେ ବଲିଉଡ୍‌ ଅଭିନେତା ଜାକି ସର୍‌ଫଙ୍କ ପତ୍ନୀ ଆୟେଶା ସରଫ ତାଙ୍କଠାରୁ ୧୭ ବର୍ଷ ସାନ ଅଭିନେତା ସାହିଲ୍‌ ଖାନ୍‌ଙ୍କ କଲ୍‌ ଡିଟେଲ୍‌ ରେକର୍ଡ ବେନିୟମ ଭାବେ ହାସଲ କରିଥିଲେ। ତାଙ୍କୁ ଏ ସଂପର୍କରେ ପଚରାଉଚରା କରିବା ପାଇଁ ଏକ ସମନ ପଠାଯାଇଥିଲା। ଅଭିଯୋଗ ହୋଇଛି ଯେ ଏହା ପଛରେ ବି ଓକିଲ୍‌ ରିଜଓ୍ଵାନଙ୍କ ହାତ ରହିଛି।

ତେବେ, ଏନେଇ ସବୁଠାରୁ ଯେଉଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଛି ତାହା ହେଉଛି ଅଭିନେତ୍ରୀ କଙ୍ଗନା ରାଣାଓ୍ଵତଙ୍କ ସଂପୃକ୍ତି। ଓକିଲ ରିଜଓ୍ଵାନ ସଦ୍ଧିକ୍‌ଙ୍କୁ ପଚରାଉଚରା କରାଯିବାରୁ ସେ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତଙ୍କ ନାମ ନେଇଥିଲେ। ୨୦୧୬ ମସିହାରେ ଅଭିନେତ୍ରୀ କଙ୍ଗନା ବି ହ୍ରିତିକ୍‌ଙ୍କ ଫୋନ୍‌ ନମ୍ବର ରିଜଓ୍ଵାନଙ୍କୁ ଦେଇଥିଲେ। ତେବେ ସେ କାହିଁକି ହ୍ରିତିକ୍‌ଙ୍କ ନମ୍ବର ଦେଇଥିଲେ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଏ ସଂପର୍କରେ କଙ୍ଗନାଙ୍କ କହିବା କଥା ହେଲା ମାମଲା ରୁଜୁ କରିବା ପୂର୍ବରୁ ପ୍ରଥମେ ପୂରା ମାମଲାର ଯାଞ୍ଚ କରାଯାଉ।

ସମ୍ବନ୍ଧିତ ଖବର