ପୁରୁଷରୁ ମହିଳା ଭାବେ ନିଜର ଲିଙ୍ଗ ପରିବର୍ତ୍ତନ କଲେ କ୍ୟାଟ୍ରିନା-କରିନାଙ୍କ ଡିଜାଇନର

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଡିଜାଇନର୍ ସ୍ୱପ୍ନିଲ ସିନ୍ଦେ ନିଜର ଲିଙ୍ଗ ପରିବର୍ତ୍ତନ କରି ପୁରୁଷରୁ ମହିଳା ଭାବରେ ନିଜକୁ ପରିବର୍ତ୍ତନ କରିଛନ୍ତି । ସେ ତାଙ୍କର ଲିଙ୍ଗ ପରିବର୍ତ୍ତନ କରି ନିଜକୁ ଜଣେ ଟ୍ରାନ୍ସଓମ୍ୟାନ୍ ବୋଲି ଘୋଷଣା କରିଛନ୍ତି | ସ୍ୱପ୍ନିଲ ବଲିଉଡରେ କରିନା କପୁରଙ୍କ ଠାରୁ ଆରମ୍ଭ କରି କ୍ୟାଟ୍ରିନା କୈଫ, କିଆରା ଆଡଭାନୀ,ଦୀପିକା ପାଦୁକୋନ, ଅନୁଷ୍କା ଶର୍ମା, ହିନା ଖାନ, ସନ୍ନି ଲିଓନଙ୍କ ଭଳି ହିରୋଇନଙ୍କ ପାଇଁ ପୋଷାକ ଏବଂ ଫ୍ୟାଶନ ଡିଜାଇନ୍ କରିଛନ୍ତି। ସ୍ୱପ୍ନିଲ ସିନ୍ଦେ ଲିଙ୍ଗ ପରିବର୍ତ୍ତନ କରି ନିଜ ନାମ ମଧ୍ୟ ପରିବର୍ତ୍ତନ କରିଛନ୍ତି |

ସ୍ୱପ୍ନିଲ ପରିବର୍ତ୍ତେ ବର୍ତ୍ତମାନ ସମସ୍ତେ ତାଙ୍କୁ ସାୟସା ବୋଲି ପରିଚିତ ହେବେ ବୋଲି ଘୋଷଣା କରିଛନ୍ତି | ତେବେ ଲିଙ୍ଗ ପରିବର୍ତ୍ତନ ପରେ ସୋସିଆଲ ମିଡିଆରେ ଏକ ଭାବପ୍ରବଣ କାହାଣୀ ମଧ୍ୟ ସେୟାର କରିଛନ୍ତି। ସେ କହିଛନ୍ତି ଯେ,’ ‘ସାୟସା’ ନାମ ପଛର ଅର୍ଥ ହେଉଛି ‘ଏକ ସାର୍ଥକ ଜୀବନ’। ସ୍କୁଲ ଓ କଲେଜରେ ପାଠ ପଢିବାବେଳେ ସବୁ ପୁଅମାନେ ମୋ ଠାରୁ ଦୁରେଇ ରହୁଥିଲେ | ମୁଁ ଭିନ୍ନ ଥିବାରୁ ସମସ୍ତେ ମୋ ଠାରୁ ଦୂରେଇ ଯାଇଥିଲେ | ମୋ ଭିତରେ ଥିବା ଯନ୍ତ୍ରଣାକୁ କେହି ବୁଝିପାରିନଥିଲେ | ମୁଁ ଏମିତି ଏକ ବାସ୍ତବତାକୁ ନେଇ ବଂଚୁଥିଲି ଯାହା ମୋର କେବେ ବି ନଥିଲା’ |

ତେବେ ସ୍ୱପ୍ନିଲଙ୍କ ଏହି ପଦକ୍ଷେପ ପରେ ତାଙ୍କୁ ସମର୍ଥନ ଜଣାଇ ବଲିଉଡ ଅଭିନେତ୍ରୀମାନେ ଶୁଭେଚ୍ଛା ଜଣାଇବାରେ ଲାଗିପଡିଛନ୍ତି | ସାୟସାଙ୍କ ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ସନି ଲିଓନ ଲେଖିଛନ୍ତି, ‘ମୁଁ ତୁମକୁ ଭଲ ପାଏ ଏବଂ ମୁଁ ତୁମ ପାଇଁ ଗର୍ବିତ। ତୁମେ ସବୁବେଳେ ଚାହୁଁଥିବା ପରି ହୋଇଛ’ |

ସମ୍ବନ୍ଧିତ ଖବର