ସେକ୍ସ ଓ ଶାହରୁଖ ଖାନ୍ ବିକ୍ରି ହୁଅନ୍ତି: ନେହା ଧୁପିଆ

ମୁମ୍ବା‌ଇ: ଶାହାରୁଖ ଖାନଙ୍କ ଅଭିନୀତ ଫିଲ୍ମ ‘ପଠାନ’ ଏବେ ବକ୍ସ ଅଫିସରେ ଧମାଲ କରୁଛି। ଫିଲ୍ମର କାହାଣୀ ଓ ସେଥିରେ ଥିବା ଆକ୍ସନ ଦୃଶ୍ୟ ଏବେ ଦର୍ଶକଙ୍କ ମନ କିଣୁଛି। ଚାରି ବର୍ଷ ପରେ ଶାହରୁଖ ଖାନ ବଡ ଧମାକା ସହିତ ପରଦାକୁ ଫେରିଥିବା ବେଳେ ଏହି ଫିଲ୍ମ ଅନେକ ବଡ଼ ବଡ଼ ଫିଲ୍ମର ରେକର୍ଡ ଭାଙ୍ଗିବ ବୋଲି କୁହାଯାଇଛି। ସବୁଠାରୁ ବଡ଼ କଥା ହେଲା ରିଲିଜ୍ ପୂର୍ବରୁ ଫିଲ୍ମର ପ୍ରଚାର କରାଯାଇନଥିଲା। ଏହା ସହ ଏହାକୁ ବଏକଟ କରିବା ପାଇଁ ଅଭିଯାନ ମଧ୍ୟ ଆରମ୍ଭ ହୋଇଥିଲା। ଏସବୁ ପରେ ବି ଫିଲ୍ମ ଭଲ ପ୍ରଦର୍ଶନ କରୁଥିବାରୁ ଏବେ ବଲିଉଡ ଅଭିନେତ୍ରୀ ନେହା ଧୁପିଆ ୨୦ବର୍ଷ ପୂର୍ବେ କହିଥିବା କଥା ସାମ୍ନାକୁ ଆସିଛି।

ହିମାଂଶୁ ମିସ୍ତ୍ରୀ ନାମକ ଜଣେ ଟ୍ବିଟର ବ୍ୟବହାରକାରୀ ନେହାଙ୍କୁ ଟ୍ୟାଗ୍ କରି ଲେଖିଥିଲେ ଯେ ୨୦ବର୍ଷ ପୂର୍ବେ ନେହା କହିଥିଲେ କେବଳ ସେକ୍ସ ଓ ଶାହରୁଖ ଖାନ୍ ବିକ୍ରି ହୁଅନ୍ତି। ୨୦ବର୍ଷ ପରେ ବି ଶାହରୁଖ ଏହା ପ୍ରମାଣ କରିଛନ୍ତି। ଏହାର ଜବାବରେ ନେହା ଟ୍ବିଟ କରିଛନ୍ତି, ୨୦ବର୍ଷ ପରେ ମଧ୍ୟ ମୋର କଥା ସତ ହୋଇ ରହିଛି। ଏହା ଜଣେ ଅଭିନେତାଙ୍କ କ୍ୟାରିୟର ନୁହେଁ ବରଂ ଜଣେ ରାଜାଙ୍କ ଶାସନ।

ସମ୍ବନ୍ଧିତ ଖବର