ଅନୁ ମଲିକଙ୍କୁ ମିଳିଲା ବଡ଼ ଆଶ୍ବସ୍ତି: ଏହି କାରଣ ପାଇଁ ବନ୍ଦ ହେଲା ଯୌନ ‌ଶୋଷଣ ମାମଲାର ଫାଇଲ୍

ମୁମ୍ବାଇ: ବଲିଉଡର ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକଙ୍କୁ ଏକ ବଡ଼ ଆଶ୍ବସ୍ତି ମିଳିଛି। ତାଙ୍କ ବିରୋଧରେ ଚାଲିଥିବା ଯୌନ ଶୋଷଣ ମାମଲାର ଫାଇଲକୁ ଏବେ ବନ୍ଦ କରିଦିଆଯାଇଥିବା ଜଣା ପଡ଼ିଛି। ୨୦୧୮ରେ ତାଙ୍କ ବିରୋଧରେ ଅନେକ କଣ୍ଠଶିଳ୍ପୀ ଯୌନ ଶୋଷଣର ଆରୋପ ଲଗାାଇଥିଲେ। ଯାହା ପରେ ତାଙ୍କ ବିରୋଧରେ ଏତଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। କିନ୍ତୁ ଏବେ ତାଙ୍କ ବିରୋଧରେ କୌଣସି ପ୍ରମାଣ ନ ମିଳିବାରୁ ମାମଲାର ଫାଇଲକୁ ବନ୍ଦ କରିଦିଆଯାଇଛି। ରାଷ୍ଟ୍ରୀୟ ମହିଳା ଆୟୋଗକୁ କୌଣସି ପ୍ରମାଣ ନ ମିଳିବାରୁ ସେ ଏହି ମାମଲାକୁ ବନ୍ଦ କରିଥିବା ଜଣା ପଡ଼ିଛି।

ମୁମ୍ବାଇ ମିରର ରିପୋର୍ଟ ମୁତାବକ, ବର୍ତ୍ତମାନ ପାଇଁ ଅନୁ ମଲିକଙ୍କ ବିରୋଧରେ କୌଣସି ପ୍ରମାଣ ନ ମିଳିବାରୁ ମାମଲାକୁ ବନ୍ଦ କରାଯାଉଛି। ଯଦି ପରେ ଅଭିଯୋଗ କରିଥିବା ମହିଳାମାନେ କିଛି ପ୍ରମାଣ ନେଇ ଆସନ୍ତି, ତେବେ ମାମଲାର ଫାଇଲ୍ ପୁଣି ଥରେ ଖୋଲାଯିବ ବୋଲି କହିଛନ୍ତି ରାଷ୍ଟ୍ରୀୟ ମହିଳା ଆୟୋଗର ମୁଖ୍ୟ ରେଖା ଶର୍ମା।

केस फिर से खुल सकता है
oneindia.com

ସୂଚନା ମୁତାବକ, ୨୦୧୮ରେ ଭାରତରେ #ମିଠୁ ଅଭିଯାନ ସକ୍ରିୟ ହେବା ପରେ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକଙ୍କ ଉପ‌ରେ ଯୌନ ଶୋଷଣର ଆରୋପ ଲାଗିଥିଲା। ତାଙ୍କ ଉପରେ କଣ୍ଠଶିଳ୍ପୀ ସୋନା ମହାପାତ୍ର, ଶ୍ବେତା ପଣ୍ଡିତ୍ ଏବଂ ଅଲିସା ଚିନାଇ ଯୌନ ଶୋଷଣର ଅଭିଯୋଗ ଲଗାଇଥିବା ବେଳେ ଏହାକୁ ନେଇ ତାଙ୍କୁ ରିୟାଲିଟି ସୋ’ ଇଣ୍ଡିଆନ ଆଇଡୋଲରୁ ବାହାର କରି ଦିଆଯାଇଥିଲା। ୨୦୧୯ରେ ପୁଣି ତାଙ୍କୁ ଇଣ୍ଡିଆନ ଆଇଡୋଲକୁ ଅଣାଯାଇଥିଲେ ମଧ୍ୟ ସୋନା ମହାପାତ୍ରଙ୍କ ବିରୋଧ ପରେ ତାଙ୍କୁ ପୁଣି ଥରେ ସୋ’ରୁ ବାହାର କରିଥିଲା ସୋନି ଚ୍ୟାନେଲ।

ସମ୍ବନ୍ଧିତ ଖବର