‘ସେକ୍ସିଜିମ୍‌ ଆଟ୍‌ ହୋମ୍‌’ ମନ୍ତବ୍ୟ, ନାବ୍ୟାଙ୍କ ସହ ଶ୍ବେତା ଓ ଅଗସ୍ତ୍ୟଙ୍କ କଥା କଟାକଟି

ଅମିତାଭ ବଚ୍ଚନଙ୍କ ନାତୁଣୀ ନାବ୍ୟା ନଭେଲି ନନ୍ଦାଙ୍କ ‘ସେକ୍ସିଜିମ୍‌ ଆଟ୍‌ ହୋମ୍‌’ ମନ୍ତବ୍ୟକୁ ନେଇ ଏବେ କଥା କଟାକଟି ଆରମ୍ଭ ହୋଇଯାଇଛି। ନାବ୍ୟାଙ୍କ ଏହି ମନ୍ତବ୍ୟକୁ ନେଇ ଦୃଢ଼ ଯୁକ୍ତି ବାଢ଼ିଛନ୍ତି ତାଙ୍କ ମାଆ ଶ୍ବେତା ବଚ୍ଚନ ନନ୍ଦା ଏବଂ ଭାଇ ଅଗସ୍ତ୍ୟ। କେବଳ ଝିଅମାନଙ୍କୁ ଘରୋଇ କର୍ତ୍ତବ୍ୟ କରିବାକୁ କୁହାଯାଇଥାଏ ଏବଂ ନିଜ ଘରୁ ଯୌନ ସମ୍ପର୍କ କିପରି ଆରମ୍ଭ ହୁଏ ସେନେଇ ଦେଇଥିବା ନିଜର ବିବୃତ୍ତି ଦେଇ କିଛି ଦିନ ପୂର୍ବରୁ ହେଡଲାଇନ ପାଲଟିଥିଲେ। ନାବ୍ୟା କହିଥିଲେ, ଘରକୁ ଅତିଥି ଆସିଲେ ତାଙ୍କୁ ହିଁ ସେମାନଙ୍କ କଥା ବୁଝିବାକୁ କୁହାଯାଇଥାଏ। ଯଦିଓ ଘରେ ଭାଇ ଅଗସ୍ତ୍ୟ ଉପସ୍ଥିତ ଥାଏ ତାକୁ କୌଣସି କାମ କରିବାକୁ କୁହାଯାଏ ନାହିଁ। ତେଣୁ ମୁଁ ଭାବୁଛି ଯୌଥ ପରିବାରରେ ରହୁଥିବା ଝିଅମାନେ ଘର କାମ କରିବା, ଅତିଥିମାନଙ୍କ ଯତ୍ନ ନେବା ବା ହୋଷ୍ଟ ଖେଳିବା‌ ଦାୟିତ୍ବ ତୁଲାଇ ଥାନ୍ତି। ତାଙ୍କର ଏହି ବିବୃତ୍ତି ଉପରେ ତାଙ୍କ ମାଆ ଶ୍ବେତା କହିଛନ୍ତି, ଝିଅ ନାବ୍ୟାର ବକ୍ତବ୍ୟ ସମ୍ପୂର୍ଣ୍ଣ ଅସତ୍ୟ ଅଟେ।

ଘରର ସମସ୍ତ କାମ ସେ ନିଜେ କରନ୍ତି। ତାଙ୍କର ଦୁଇ ପିଲା ସବୁବେଳେ ଘରେ ବସି ମଉଜ କରୁଥାନ୍ତି। ନାବ୍ୟା ନାଭେଲି ନନ୍ଦା ହେଉଛନ୍ତି ଶ୍ୱେତା ବଚ୍ଚନ ଏବଂ ବ୍ୟବସାୟୀ ନିଖିଲ ନନ୍ଦାଙ୍କ ଝିଅ। ଅଗସ୍ତ୍ୟ ନନ୍ଦା ତାଙ୍କ ସାନ ଭାଇ। ନାବ୍ୟା ଛୋଟବେଳୁ ଉଦ୍ୟୋଗୀ ହୋଇଥିଲେ। ଯେତେବେଳେ ଲୋକମାନେ ତାଙ୍କୁ ବଲିଉଡର ଗ୍ଲାମର ଦୁନିଆରେ ଯୋଗଦେବାକୁ ଅନୁମାନ କରୁଥିଲେ, ସେ ତାଙ୍କ ଉଦ୍ୟମ ଆରା ହେଲ୍ଥ ସେଣ୍ଟର ଖୋଲି ମାନସିକ ସ୍ବାସ୍ଥ୍ୟର ମହତ୍ତ୍ବ ବିଷୟରେ କହୁଥିଲେ।

ସମ୍ବନ୍ଧିତ ଖବର