ଲାଇଭ୍ ସୋ’ ସମୟରେ ପଥର ମାଡ଼ ଘଟଣାକୁ ଅସ୍ୱୀକାର କଲେ କଣ୍ଠଶିଳ୍ପୀ ଶାନ୍,ମିଥ୍ୟା ପ୍ରଚାରକୁ ବନ୍ଦ କରିବା ପାଇଁ ଟ୍ଵିଟ୍ କରି ଜଣାଇଲେ
ଗୌହାଟି : ବଲିଉଡ୍ର ଲୋକପ୍ରିୟ ଗାୟକ ଶାନ୍ ଗୌହାଟିକୁ ଏକ ଲାଇଭ୍ ସୋ’ରେ ଯୋଗ ଦେବା ପାଇଁ ପହଞ୍ଚିଥିଲେ । ସେଠାରେ ବଙ୍ଗଳାରେ ଗୀତ ଗାଇବାରୁ ତାଙ୍କ ଉପରକୁ ପଥର ମାଡ଼ ହୋଇଥିଲା ବୋଲି ଖବର ପ୍ରସାରିତ ହୋଇଥିଲା । ଏହି ଖବର ଚାରିଆଡ଼େ ପ୍ରସାର ହେବା ପରେ ଖବର ପଛର ସତ୍ୟତା ଜଣାଇବାକୁ ଯାଇ ଶାନ୍ ଏକ ଟ୍ଵିଟ୍ କରିଥିବା ଦେଖାଯାଇଛି । ପ୍ରଚାର ହେଉଥିବା ଖବର ମିଛ ବୋଲି କହିବା ସହ ଲାଇଭ୍ ସୋ’ରେ ତାଙ୍କୁ କେହି ପଥରମାଡ଼ କରି ଆକ୍ରମଣ କରି ନ ଥିଲେ ବୋଲି ସ୍ପଷ୍ଟ କରିଛନ୍ତି ଶାନ୍ ।
Sambad is now on WhatsApp
Join and get latest news updates delivered to you via WhatsApp
Complete lies!!! One Paper ticket folded up was thrown on stage by One Person after vigorously gestering and shouting to stop singing.. That’s all … please stop these wild speculations and lies ? https://t.co/F6QdEuT761
— Shaan (@singer_shaan) 30 October 2018
ସେ କରିଥିବା ଟ୍ଵିଟ୍ ଅନୁଯାୟୀ, ମୋତେ ନେଇ ଯେଉଁ ପ୍ରଚାର ହେଉଛି ତାହା ସଂପୂର୍ଣ୍ଣ ମିଛ । ମୋ ଉପରେ କୌଣସି ପ୍ରକାରର ଆକ୍ରମଣ ହୋଇ ନାହିଁ । ଜଣେ ଦର୍ଶକ ଗୀତ ଗାଇବା ବନ୍ଦ କରିବା ପାଇଁ କାଗଜ ଟିକେଟରେ ରକେଟ କରି ମୋ ଉପରକୁ ଛାଡ଼ିଥିଲେ । ବାସ୍ ସେତିକି ଥିଲା ଘଟଣା । ଦୟାକରି ମିଛ ଖବର ପ୍ରଚାର କରନ୍ତୁ ନାହିଁ ବୋଲି ଲେଖି ଶାନ୍ ଟ୍ଵିଟ୍ କରିଥିବା ଦେଖାଯାଇଛି ।