ଆସନ୍ତାକାଲି ଆଇସିୟୁରୁ ବାହାରିବେ ଶବାନା ଅଜ୍‌ମୀ, ସୂଚନା ଦେଲେ ଜାଭେଦ୍‌ ଅଖ୍‌ତର

ମୁମ୍ବାଇ: ସଡ଼କ ଦୁର୍ଘଟଣାର ଶିକାର ହୋଇ କେ‌ାକିଲାବେନ୍‌ ଧୀରୁଭାଇ ହସ୍ପିିଟାଲ୍‌ରେ ଚିକିତ୍ସିତ ହେଉଥିବା ଅଶୀ ଦଶକର ସୁପରିଚିତା ନାୟିକା ସବାନା ଅଜ୍‌ମୀ ଆସନ୍ତାକାଲି ଆଇସିୟୁରେ ବାହାରିବେ ବୋଲି ଜାଣିବାକୁ ମିଳିଛି। ତାଙ୍କ ସ୍ବାମୀ ତଥା ଗୀତିକାର ଜାଭେଦ୍‌ ଅଖ୍‌ତାର ଗଣମାଧ୍ୟମରେ ଏ ନେଇ ସୂଚନା ପ୍ରଦାନ କରିଛନ୍ତି। ଏବେ ସେ ଆଇସିୟୁରେ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିିଛି ବୋଲି ଡାକ୍ତରମାନେ କହିଛନ୍ତି। ଭିତରୁ ତାଙ୍କୁ ବିଶେଷ ଆଘାତ ଲାଗିନଥିଲେ ବି ତାଙ୍କ ମୁହଁ ବି‌ଶେଷ ଭାବେ ଖଣ୍ଡିଆ ଖାପରା ହୋଇଛି।

Good Times

ଶବାନାଙ୍କ ଖରାପ ସମୟରେ ଯେଉଁମାନେ ତାଙ୍କୁ ସାହସ ଦେଇଛନ୍ତି ଓ ତାଙ୍କ ସହ ଛିଡ଼ା ହୋଇଛନ୍ତି ଜାଭେଦ ସେମାନଙ୍କୁ ଧନ୍ୟବାଦ ଜଣାଇବା ସହ ଶବାନା ଜଣେ ସାହସୀନି ମହିଳା ବୋଲି କହି ତାଙ୍କ ପ୍ରଶଂସା କରିଛନ୍ତି। ସେ ଖୁବ୍‌ ଶୀଘ୍ର ଭଲ ହୋଇଯିବେ ବୋଲି ଆଶା ରଖିଥିବା ଜାଭେଦ ଶବାନାଙ୍କ ଶୀଘ୍ର ଆରୋଗ୍ୟ କାମନା କରି ପ୍ରାର୍ଥନା କରିଥିବା କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ  ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ମୁମ୍ବାଇ-ପୁଣେ ଏକ୍ସପ୍ରେସ୍‌-ୱେରେ ଶନିବାର ଅପରାହ୍ଣରେ ହୋଇଥିବା ଏକ ସଡ଼କ ଦୁର୍ଘଟଣାରେ ଅଶୀ ଦଶକର ଲୋକପ୍ରିୟ ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜମୀ ଆହତ ହୋଇଥିଲେ। ଗାଡ଼ି ମଧ୍ୟରେ ତାଙ୍କ ସ୍ବାଭୀ ଜଭେଦ ଅଖତର ଓ ତାଙ୍କ ଚାଳକ ମଧ୍ୟ ଥିଲେ। ଦୁର୍ଘଟଣାରେ ତାଙ୍କ ଚାଳକ ମଧ୍ୟ ଆହତ ହୋଇଥିଲେ। ଶବାନାଙ୍କ କାର୍‌ ଏକ ଟ୍ରକ୍‌ ସହ ଧକ୍କା  ହେବା ପରେ ଏହି ଦୁର୍ଘଟଣା ଘଟିଥିଲା ।

 

ସମ୍ବନ୍ଧିତ ଖବର