ଗୌରୀଙ୍କ ପାଇଁ ଶାହରୁଖ୍‌ ଚଳଚ୍ଚିତ୍ର ଦୁନିଆ ବି ଛାଡ଼ିପାରନ୍ତି

ଗୌରୀ ଖାନ୍‌କୁ ଶାହରୁଖ୍ କେତେ ଭଲପାଆନ୍ତି, ଏକଥା କାହାକୁ ଅଛପା ନାହିଁ। ଶାହରୁଖ୍ ଓ ଗୌରୀଙ୍କ ପ୍ରେମ କାହାଣୀ ନିଃସନ୍ଦେହରେ ଏକ ଶାଶ୍ବତ ପ୍ରେମ କାହାଣୀ। ଗୌରୀଙ୍କ ପରେ ଶାହରୁଖ୍‌ଙ୍କ ପ୍ରେମ ଓ ପୂଜା ହେଉଛି ‘ଚଳଚ୍ଚିତ୍ର’। କିନ୍ତୁ ଗୌରୀଙ୍କ ପାଇଁ ଚଳଚ୍ଚିତ୍ର ଜଗତକୁ ବି ଛାଡ଼ିବାକୁ ପ୍ରସ୍ତୁତ ଅଛନ୍ତି ଶାହରୁଖ୍‌।

ଏକ ମାଗାଜିନ୍‌କୁ ଦେଇଥିବା ସାକ୍ଷାତକାରରେ ଶାହରୁଖ୍‌ କହିଛନ୍ତି, ମୁଁ ଗୌରୀଙ୍କୁ ପାଗଳଙ୍କ ଭଳି ଭଲପାଏ। ତାଙ୍କ ପାଇଁ ମୁଁ ଚଳଚ୍ଚିତ୍ର ଜଗତ ଛାଡ଼ିବାକୁ ବି ପ୍ରସ୍ତୁତ। ଯଦି କେହି ଗୌରୀ ଓ ଚଳଚ୍ଚିତ୍ର ଭିତରୁ ଜଣକୁ ବାଛିବାକୁ କୁହେ, ମୁଁ ନିର୍ଦ୍ବନ୍ଦ୍ବରେ ଗୌରୀଙ୍କୁ ବାଛିବି। ଗୌରୀ ବି କୁହନ୍ତି, ଶାହରୁଖ୍‌ ତାଙ୍କ ସଫତଳା ପାଇଁ ଯେତିକି ଧ୍ୟାନ ଦିଅନ୍ତି, ତାଙ୍କ ସୁରକ୍ଷା ପାଇଁ ବି ସେତିକି ଚିନ୍ତିତ। ଶାହରୁଖ୍‌ ଗୌରୀଙ୍କୁ କେବେ ଧଳା ସାର୍ଟ ପିନ୍ଧିବାକୁ ବି ଦିଅନ୍ତିନି। କାରଣ ଶାହରୁଖ୍‌ଙ୍କୁ ଲାଗେ ଧଳା ସାର୍ଟ ଖୁବ୍‌ ପତଳା ଓ ପାରଦର୍ଶୀ।

ସମ୍ବନ୍ଧିତ ଖବର