ମୁମ୍ବାଇ: କୋଭିଡ୍‌-୧୯ ମହାମାରୀ ସମୟରେ ଗ‌ୌରୀ ହିଁ ତାଙ୍କ ପରିବାରର ଏକମାତ୍ର ରୋଜଗାରିଆ ସଦସ୍ୟ ଥିଲେ ବୋଲି ଶାହାରୁଖ୍‌ ଖାନ୍‌ ତାଙ୍କୁ କହିଥିବା କଥା ‘ଫାବ୍ୟୁଲସ୍‌ ଲାଇଭ୍‌ସ୍‌ ଅଫ୍‌ ବଲିଉଡ୍‌ ୱାଇଭ୍‌ସ୍‌’ର ‘ଦ୍ବିତୀୟ ସିଜନ୍‌’ରେ କରଣ୍‌ ‌ଜୋହର୍‌ କହିଛନ୍ତି।

Advertisment

ଉପରୋକ୍ତ ସୋ’ର ସଦ୍ୟତମ ସଂସ୍କରଣରେ କରଣ୍‌ ଜୋହର୍‌ ଏବଂ ଗୌରୀ ଖାନ୍‌ ଭାଗ ନେଇଥିଲେ। ଏହି ସୋ’ର ‘ଏପିସୋଡ୍‌’ଗୁଡ଼ିକରୁ ଗୋଟିଏରେ ମହୀପ କପୁର୍, କରଣ୍‌ ଜୋହର୍‌ ଏବଂ ଗୌରୀ ଖାନ୍‌ ଆଲୋଚନା କରୁଥିବା ବେଳେ ନିକଟ ଅତୀତରେ ଶାହାରୁଖ୍‌ ଖାନ୍‌ଙ୍କ ସହିତ ହୋଇଥିବା କଥାବାର୍ତ୍ତା କଥା ଚଳଚ୍ଚିତ୍ର ନିର୍ମାତା ଜୋହର୍‌ କହିଥିଲେ।

କରଣ୍‌ ଜୋହର୍‌ କହିଲେ, ସେଦିନ ଶାହାରୁଖ୍‌ ଖାନ୍‌ ମୋତେ ଢେର୍‌ ହସାଇଲେ। ସେ କହିଲେ, ଆମେ ମହାମାରୀ ପରିସ୍ଥିତିରେ ଥିବା ବେଳେ ଆମ ପରିବାରର ଏକମାତ୍ର ଆୟକାରୀ ସଦସ୍ୟ ଥିଲେ ଗୌରୀ। ତାଙ୍କ (ଶାହାରୁଖ୍‌) ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ ଫୋନ୍‌ କରି କହି‌ଥିଲେ, ପତ୍ନୀଙ୍କଠାରୁ କିଛି ଶିଖନ୍ତୁ। ଘରେ ସେ ହିଁ ଜଣେମାତ୍ର ଲାଭକାରୀ ସଦସ୍ୟା।

publive-image Image Courtesy of Pinkvilla

ଏ କଥାରେ ପ୍ରତିକ୍ରିୟା ବ୍ୟକ୍ତ କରି ଗୌରୀ କହିଲେ, ତାଙ୍କୁ ଏମିତି କହିବାକୁ ସୁଖଲାଗେ। ମୋ ବିଷୟରେ ଟିକେ ପ୍ରଚାର କରିବାକୁ ସେ ଭଲ ପାଆନ୍ତି।

ଉଲ୍ଲେଖଯୋଗ୍ୟ, ବୃତ୍ତିଗତ ଭାବେ ଗୌରୀ ଖାନ୍‌ ହେଉଛନ୍ତି ଜଣେ ‘ଇଣ୍ଟେରିୟର୍‌ ଡିଜାଇନର୍‌’। ସେ କରଣ ଜୋହର୍‌ଙ୍କ ‘ଟେରାସ୍‌’ ତଥା ୟସ୍‌ ଏବଂ ରୂହିଙ୍କ ନର୍ସରିର ମଧ୍ୟ ଡିଜାଇନ୍‌ କରିଛନ୍ତି। ରଣବୀର କପୁର, ଆଲିଆ ଭଟ୍ଟ, ସିଦ୍ଧାର୍ଥ ମାଲହୋତ୍ରା ଏବଂ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡେଜ୍‌ଙ୍କ ଭଳି ଜନପ୍ରିୟ ସେଲି୍ବ୍ରିଟିମାନଙ୍କର ‘ଇଣ୍ଟେରିୟର୍‌’ କରିଛନ୍ତି।

ସୂଚନାଯୋଗ୍ୟ, ୪ ବର୍ଷର ବ୍ୟବଧାନ ପରେ ପୁଣି ଶାହାରୁଖ୍‌ ଖାନ୍‌ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଛନ୍ତି। ୨୦୧୩ ଜାନୁଆରି ୨୫ରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ପଠାନ୍‌’ ପ୍ରେକ୍ଷାଳୟରେ ପ୍ରଦର୍ଶନ କରାଯିବ। ଏଥିରେ ତାଙ୍କ ସହିତ ଅଭିନୟ କରୁଥିବା ଅନ୍ୟ ଅଭିନେତା ଅଭିନେତ୍ରୀମାନଙ୍କ ମଧ୍ୟରେ ଅଛନ୍ତି ଜନ୍‌ ଆବ୍ରାହାମ୍‌ ଏବଂ ଦୀପିକା ପାଡୁକୋନ୍।