ମୁମ୍ବାଇ: ସୁପର୍ଷ୍ଟାର୍ ଶାହରୁଖ୍ ଖାନ୍ଙ୍କ ଅଭିନେତ୍ରୀ ଶିଖା ମଲହୋତ୍ରା ଆଜିକାଲି ଚର୍ଚ୍ଚାରେ ରହିଛନ୍ତି। ଅଭିନେତ୍ରୀ ଫିଲ୍ମ ‘ଫ୍ୟାନ୍’ ଜରିଆରେ ବଲିଉଡ୍ରେ ପାଦ ରଖିଥିଲେ। ଏହାପରୋ କୋଭିଡ୍-୧୯ରେ ଶିଖା ବିଏମ୍ସି ହସ୍ପିଟାଲ୍ର ଭେଣ୍ଟିଲେଟର୍ରେ ଷ୍ଟାଫ୍ ନର୍ସ କାମ କରିଥିଲେ। କିଛି ଦିନ ପରେ ଖବର ଆସିଲା ଯେ ଅଭନେତ୍ରୀ ବ୍ରେନ୍ ଷ୍ଟ୍ରୋକ୍ ଏବଂ ପାରାଲିସିସ୍ (ପକ୍ଷଘାତ) ରୋଗରେ ଆକ୍ରାନ୍ତ।
୩ ବର୍ଷ ପରେ ଏବେ ଅଭିନେତ୍ରୀଙ୍କ ଜୀବନ ବଦଳି ଯାଇଛି। ଏବେ ସେ ପୂରାପୂରି ଠିକ୍ ହୋଇଯିବା ପରେ ପୁଣି ଥରେ ଅଭିନୟକୁ ଫେରିଛନ୍ତି। ନିକଟରେ ଏକ ସାକ୍ଷାତ୍କାରେ ଶିଖା ଏ ସଂପର୍କରେ ଖୋଲାଖୋଲି କଥା ହୋଇଛନ୍ତି। ନିଜର ପ୍ରେରଣାଦାୟକ ଯାତ୍ରା ବିଷୟରେ ସଭିଙ୍କୁ ଜଣାଇଛନ୍ତି।
ପିଙ୍କ୍ଭିଲା ସହ କଥା ହୋଇ ଶିଖା କହିଛନ୍ତି, ‘ଯେବେ ସେ ନର୍ସ ଥିଲେ ତାଙ୍କୁ କରୋନା ହୋଇଥିଲା। ମାସେ କାଳ ହସ୍ପିଟାଲ୍ରେ ରହି ଚିକିତ୍ସିତ ହୋଇଥିଲେ। ଏହି ସମୟରେ ତାଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ଓ ପାରାଲିସିସ୍ ବି ହୋଇଥିଲା।
ଟିକେ ଭଲ ହେବା ପରେ ସେ ହସ୍ପିଟାଲ୍ରୁ ଡିସ୍ଚାର୍ଜ ହୋଇଥିଲେ। ହେଲେ ସେତେବେଳେ ବି ସେ ଠିକ୍ ଭାବେ ଚାଲି ପାରୁନଥିଲେ। ପ୍ରତିଦିନ ସକାଳୁ ଉଠି ସେ ଚାଲିବାକୁ ଚେଷ୍ଟା କରୁଥିଲେ। ହେଲେ ଚାଲି ପାରୁନଥିଲେ। ଧୀରେ ଧୀରେ ତାଙ୍କ ଓଜନ ବି ବୃଦ୍ଧି ପାଇବାକୁ ଲାଗିଲା। ପାରାଲିସିସିସ୍ ହେବା ପରେ ସେ ଖୁବ୍ ଯନ୍ତ୍ରଣା ଭୋଗିଛନ୍ତି। ଯୋଗ, କଥକ, ଏବଂ ଶାସ୍ତ୍ରୀୟ ସଂଗୀତ ସାହାଯ୍ୟରେ ଶିଖା ଧୀରେ ଧୀରେ ଭଲ ହେବାକୁ ଲାଗିଲେ। ସୁସ୍ଥ ହେବା ପରେ ବି ମୋଟା ହୋଇ ଯାଇଥିବାରୁ ସେ ବଡି ସେମିଂର ଶିକାର ହେବା ପରେ ଏବେ ନିଜକୁ ପୁଣି ଥରେ ଫିଟ୍ କରି ଅଭିନୟକୁ ଫେରୁଛନ୍ତି।