ନୂଆଦିଲ୍ଲୀ: ଅନେକ ଦିନ ହେବ କିଙ୍ଗ ଖାନ ଶାହରୁଖ ଓ ଝିଅ ସୁହାନା ଏକାଠି ସିନେମା କରିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଏଯାବତ କିଛି ଅଧିକାରିକ ଭାବେ ଘୋଷଣା ହୋଇ ନଥିଲା। ନିକଟରେ ଶାହରୁଖ ସୁହାନା ସହିତ ସିନେମା ‘କିଙ୍ଗ’ରେ ନଜର ଆସିବେ ବୋଲି ସ୍ପଷ୍ଟ କରିଛନ୍ତି। ଯାହାକି ଶାହରୁଖଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖୁସିର କଥା ।
ନିକଟରେ ଶାହରୁଖ ଏକ ସାକ୍ଷାତକାର ସମୟରେ ସିନେମା ‘କିଙ୍ଗ’ ବିଷୟରେ ଆଲୋଚନା କରିବା ସହିତ ଏହା ପଛର କାହାଣୀ ସମସ୍ତଙ୍କ ସହିତ ସେୟାର କରିଛନ୍ତି।
ଶାହରୁଖ କହିଛନ୍ତି, ‘ମୁଁ ‘ଯବାନ’ ଓ ‘ଡଙ୍କି’ ଶେଷ କରିଛି। ଏହି ଦୁଇଟି ସିନେମା ପରେ ମୁଁ କିଛି ସ୍ବତନ୍ତ୍ର ସିନେମା କରିବା ପାଇଁ ଚାହୁଁଥିଲି। ଯେମିତି ସିନେମାକୁ ମୁଁ ୭ବର୍ଷ ହେବ ଅପେକ୍ଷା କରି ରହିଥିଲି ତାହାକୁ ମୁଁ ପାଇ ଯାଇଛି। ମୋର ଆଗାମୀ ସିନେମା ହେଉଛି ‘କିଙ୍ଗ’। ଏହି ସିନେମା ପାଇଁ ମୋତେ ଓଜନ ହ୍ରାସ କରିବାକୁ ପଡ଼ିଛି। ଷ୍ଟଣ୍ଟ ସମୟରେ ଅନେକ କଷ୍ଟ ଓ ଯନ୍ତ୍ରଣା ସହିବାକୁ ପଡ଼ିଛି।’
ଏହି ସିନେମାରେ ଶାହରୁଖଙ୍କ ଝିଅ ସୁହାନା ବି ନଜର ଆସିବେ। ବାପ ଝିଅ ଯୋଡ଼ିଙ୍କୁ ପ୍ରଥମଥର ପାଇଁ ବଡ଼ ପରଦାରେ ଦେଖିବାକୁ ମିଳିବ। ସୁହାନା ‘ଦ ଆର୍ଚିଜ’ ଜରିଆରେ ଅଭିନୟ ଦୁନିଆରେ ପ୍ରଥମଥର ପାଇଁ ପାଦ ଥାପିଥିଲେ। ଏହି ସିନେମାଟି ବକ୍ସ ଅଫିସରେ ଚିତପଟାଙ୍ଗ ମାରିଥିଲା।