ମୁମ୍ବାଇ: ୨୦୨୨ ଆରମ୍ଭରୁ ବକ୍ସ ଅଫିସରେ ରିଲିଜ୍ ହୋଇଥିବା ଅନେକ ବଲିଉଡ ଫିଲ୍ମ କ୍ରମାଗତ ଭାବରେ ଫ୍ଲପ ହେବାରେ ଲାଗିଛି। ଷ୍ଟାରଙ୍କ ଷ୍ଟାରଡମ୍ କାମ କରୁନାହିଁ କି ଚଳଚ୍ଚିତ୍ରକୁ ନେଇ ଦିଆଯାଉଥିବା ଭଲ ରିଭ୍ୟୁ ମଧ୍ୟ ଫିଲ୍ମକୁ ହିଟ କରିବାରେ ସହାୟକ ହୋଇପାରୁ ନାହିଁ। ଅଧିକାଂଶ ହିନ୍ଦୀ ଚଳଚ୍ଚିତ୍ରରେ ବଡ଼ ବଡ଼ କଳାକାର ଥାଇ ବି ବକ୍ସ ଅଫିସରେ ଫିଲ୍ମର ଶୋଚନୀୟ ଅବସ୍ଥା ହେଉଥିବା ଦେଖାଯାଉଛି। ଏଭଳି ପରିସ୍ଥିତିରେ ଫିଲ୍ମ ରଇଜର ନିର୍ଦ୍ଦେଶକ ରାହୁଲ ଢ଼ୋଲକିଆ ଫିଲ୍ମକୁ ହିଟ୍ କରିବା ପାଇଁ ୫ଟି ପରାମର୍ଶ ଦେଇଛନ୍ତି।
ଟ୍ବିଟରେ ସେ ଲେଖିଛନ୍ତି ଯେ,ମୋ ଇଣ୍ଡଷ୍ଟ୍ରିକୁ ଫିଲ୍ମ ହିଟ୍ କରିବା ପାଇଁ ମୋର ୫ଟି ପରାମର୍ଶ ହେଲା...
୧. ଭଲ ଚଳଚ୍ଚିତ୍ର ନିର୍ମାଣ କରନ୍ତୁ।
୨. ଫିଲ୍ମ ନିର୍ମାଣର ମୂଲ୍ୟ ହ୍ରାସ କରନ୍ତୁ।
୩. ଟିକେଟ୍ ମୂଲ୍ୟକୁ ହ୍ରାସ କରନ୍ତୁ।
୪. ତିନିମାସ ପାଇଁ ଓଟିଟିରେ ଫିଲ୍ମ ରିଲିଜ୍ କରନ୍ତୁ ନାହିଁ।
୫. ଅହଙ୍କାର ଛାଡି ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼।
ରାହୁଲ ଶାହାରୁଖ ଖାନଙ୍କ ଅଭିନୀତ ଫିଲ୍ମ 'ରଇଜ'ର ନିର୍ଦ୍ଦେଶନା ଦେଇଥିଲେ। ରାହୁଲ ବଲିଉଡର ସେହି ନିର୍ଦ୍ଦେଶକମାନଙ୍କ ମଧ୍ୟରୁ ଅନ୍ୟତମ, ଯେଉଁମାନେ ବିଷୟ ଭିତ୍ତିକ ଚଳଚ୍ଚିତ୍ର ନିର୍ମାଣ କରନ୍ତି। ଗୁଜୁରାଟ ଦଙ୍ଗା ଉପରେ ଆଧାରିତ ତାଙ୍କ ଚଳଚ୍ଚିତ୍ର 'ପରଜାନିଆ'ରେ ନାସିରୁଦ୍ଦିନ ଶାହା, ସାରିକା ଏବଂ ଜାକିର ହୁସେନ୍ଙ୍କ ଭଳି ଅଭିନେତା ଥିଲେ। 'ପରଜାନିଆ' ପାଇଁ ୨୦୦୭ରେ ଶ୍ରେଷ୍ଠ ନିର୍ଦ୍ଦେଶନା ପାଇଁ ରାହୁଲ ଢ଼ୋଲାକିଆଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ରାହୁଲ ଢ଼ୋଲକିଆଙ୍କ ଫିଲ୍ମ 'ଲମହା' କଶ୍ମୀର ଉପରେ ଆଧାରିତ ଥିଲା ଏବଂ ଏଥିରେ ସଞ୍ଜୟ ଦତ୍ତ ମୁଖ୍ୟ ଭୂମିକାରେ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/ସ-196.jpg)