ମୁମ୍ବାଇ: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନଙ୍କୁ ଅନେକ ଥର ହତ୍ୟା ଧମକ ଦିଆଯାଇଛି। ଏନେଇ ତାଙ୍କ ସୁରକ୍ଷା ବଢ଼ାଯାଇଥିବା ବେଳେ ଏବେ ବଲିଉଡର କିଙ୍ଗ୍ ଶାହାରୁଖ ଖାନଙ୍କୁ ମଧ୍ୟ ହତ୍ୟା ଧମକ ମିଳିଥିବା ସାମ୍ନାକୁ ଆସିଛି। ଏହି ଘଟଣାରେ ବାନ୍ଦ୍ରା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏବେ ଖବର ଆସୁଛି ଯେ ଶାହାରୁଖଙ୍କୁ ଧମକ ଦେଇଥିବା ଅଭିଯୁକ୍ତଙ୍କୁ ରାୟପୁରରୁ ଗିରଫ କରାଯାଇଛି।
ସୂଚନା ମୁତାବକ, ରାୟପୁରର ଫୈଜାନ ନାମକ ଜଣେ ବ୍ୟକ୍ତି କଲ୍ କରି ହତ୍ୟା କରିବାକୁ ଧମକ ଦେଇଥିଲେ। ୫୦ଲକ୍ଷ ଟଙ୍କା ଦିଅ। ନଚେତ୍ ମାରିଦେବି ବୋଲି କହିଥିଲେ ଅଭିଯୁକ୍ତ। ଏହି ଫୋନ୍ କଲ୍ ଶାହାରୁଖ ଖାନଙ୍କ ପ୍ରଡକ୍ସନ୍ କମ୍ପାନି ରେଡ୍ ଚିଲିଜର କାର୍ଯ୍ୟାଳୟକୁ ଆସିଥିଲା। ଧମକ ପାଇବା ପରେ ଶାହାରୁଖ ଖାନଙ୍କ ପ୍ରଡକ୍ସନ୍ କମ୍ପାନି ତୁରନ୍ତ ପୁଲିସ ନିକଟରେ ଅଭିଯୋଗ କରିଥିଲା। ଏହା ପରେ ମୁମ୍ବାଇର ବାନ୍ଦ୍ରା ପୁଲିସ ଷ୍ଟେସନରେ ଏକ ଏଫଆଇଆର ପଞ୍ଜିକୃତ କରାଯାଇଥିଲା। ଯାଞ୍ଚ ବେଳେ ଯେତେବେଳେ ପୁଲିସ ଏହି କଲକୁ ଟ୍ରାକ୍ କରିଥିଲା, ସେତେବେଳେ ଏହା ରାୟପୁରରୁ ଆସିଥିଲା ବୋଲି ଜଣାପଡ଼ିଥିଲା। ଏବେ ଠିକଣା ପାଇ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା କୁହାଯାଉଛି। ହେଲେ ଏପର୍ଯ୍ୟନ୍ତ ପୁଲିସ ଏହି ଖବର ଉପରେ ପ୍ରତିକ୍ରିୟା ଦେଇନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/11/07/wXVFmnjgIZ70Nx6pyp99.jpg)