ମୁମ୍ବାଇ: ଅନେକ ସମୟରେ ସେଲିବ୍ରିଟିମାନଙ୍କ କଥାର ଅର୍ଥକୁ କଦର୍ଥ କରାଯାଇଥିବାର ବହୁ ଉଦାହରଣ ରହିଛି। ସାଧାରଣ ଜନତାଙ୍କ କଥା ଭିନ୍ନ ମାତ୍ର ସେଲିବ୍ରିଟିମାନେ କିଛି କହିଲେ ତାହାକୁ ଅତିରଞ୍ଜିତ ଶୈଳୀରେ ଉପସ୍ଥାପନା କରାଯାଇଥାଏ, ଏହାକୁ ହିଁ ଲୋକେ ଉପଭୋଗ କରିଥାନ୍ତି। କେବଳ ସେଥିପାଇଁ ବଲିଉଡ୍ ବାଦ୍ଶାହା ଶାହାରୁଖ ଖାନ ନିଜର ମତାମତକୁ ନେଇ ବେଶ୍ ସତର୍କ। ସେ କିଛି କହିବା ପୂର୍ବରୁ ତାହା କେଉଁ ଭଳି ଭାବେ କଦର୍ଥ ହୋଇପାରେ ବୋଲି ଚିନ୍ତା କରିଥାନ୍ତି। ସେଥିପାଇଁ ସେ ମୁଖ୍ୟତଃ ବିବାଦୀୟ ଘଟଣାଗୁଡ଼ିକ ଉପରେ ବୟାନ ରଖିବାରୁ ନିଜକୁ ନିବୃତ କରିଥାନ୍ତି। ନିକଟରେ ମାଇଗ୍ରୋବ୍ଲଗିଂ ସାଇଟ୍ ଟୁଇଟ୍ରେ କିଛି ଫ୍ୟାନ୍ମାନେ ଶାହାରୁଖଙ୍କୁ କିଛି ପ୍ରଶ୍ନ ପଚାରିଲେ। ତାହାର ଉତ୍ତର ଦେଇ ଏବେ ଚର୍ଚ୍ଚାରେ ଅଛନ୍ତି କିଙ୍ଗ୍ଖାନ।
Sambad is now on WhatsApp
Join and get latest news updates delivered to you via WhatsApp
I would reply to u but I don’t know if u r appropriately and fashionably dressed for my reply… https://t.co/r33eNR3fbs
— Shah Rukh Khan (@iamsrk) June 6, 2018
ଜଣେ ଫ୍ୟାନ୍ଙ୍କ ପ୍ରଶ୍ନ ଥିଲା, ‘ପଶ୍ଚିମବଙ୍ଗ ଦଙ୍ଗା ସମେତ କୌଣସି ସାମାଜିକ ଘଟଣାକୁ ନେଇ ଆପଣ କାହିଁକି ନିଜ ମତ ରଖନ୍ତି ନାହିଁ?’ଫ୍ୟାନ୍ଙ୍କ ଏହି ପ୍ରଶ୍ନରେ କିଙ୍ଗ୍ ଖାନ୍ ଉତ୍ତର ରଖିଛନ୍ତି, ‘ମୁଁ ତୁମକୁ ଉତ୍ତର ଦେବି ମାତ୍ର ମୋ ଉତ୍ତର ପାଇବାକୁ ତୁମେ ନିଜକୁ ଠିକ୍ ଭାବେ ପ୍ରସ୍ତୁତ କରିପାରିଛନ୍ତି।’
I have three beautiful children and a lovely wife and sister..have no space for empty… https://t.co/TUnx1laomz
— Shah Rukh Khan (@iamsrk) June 6, 2018
ଆଉ ଜଣେ ଫ୍ୟାନ୍ ପଚାରିଛନ୍ତି ଆପଣ କେବେ ଶୂନ୍ୟତା ଅନୁଭବ କରନ୍ତି କି? ଶାହାରୁଖ ଲେଖିଛନ୍ତି, ‘ମୋର ୩ ପିଲା, ପତ୍ନୀ ଓ ମୋ ଭଉଣୀଙ୍କୁ ନେଇ ମୁଁ ବ୍ୟସ୍ତ। ମୋ ଜୀବନରେ ଶୂନ୍ୟତା ହିଁ ନାହିଁ।’
Main bhi usse bahut pyaar karta hoon… https://t.co/tkEkruA0mm
— Shah Rukh Khan (@iamsrk) June 6, 2018
ସେହିପରି ଜଣେ ଫ୍ୟାନ ଶାହାରୁଖଙ୍କୁ ଚିଡ଼େଇବା ଢଙ୍ଗରେ ଟୁଇଟ୍ କରିଛନ୍ତି କି ମୁଁ ସଲମାନ ଖାନଙ୍କର ବଡ଼ ପ୍ରଶଂସକ। ଏକଥା ଜାଣି ଆପଣଙ୍କୁ କେମିତି ଲାଗୁଛି? ଶାହାରୁଖ ଉତ୍ତର ରଖିଛନ୍ତି କି ‘ମୁଁ ବି ତାଙ୍କୁ ଖୁବ୍ ଭଲପାଏ।’
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଏବେ କିଙ୍ଗ୍ଖାନ ତାଙ୍କୁ ‘ଜିରୋ’ ସୁଟିଂରେ ବ୍ୟସ୍ତ ଅଛନ୍ତି। ସେ ବୁଧବାର ରାତିକୁ ସୋସିଆଲ୍ ମିଡିଆରେ ନିଜ ଫ୍ୟାନ୍ଙ୍କ ପ୍ରଶ୍ନର ଉତ୍ତର ରଖିଥାନ୍ତି।