ଅଂଶୁଘାତର ଶିକାର ହେବାପରେ ସୁସ୍ଥ ହୋଇ ଘରକୁ ଫେରିଲେ ଶାହରୁଖ

ଅହମଦାବାଦ: ବଲିଉଡ୍‌ ଅଭିନେତା ଶାହରୁଖ ଖାନ୍‌ ଅଂଶୁଘାତର ଶିକାର ହେବାରୁ ତାଙ୍କୁ ଅହମଦାବାଦର କେଡି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ମଇ ୨୧ ତାରିଖ ଦିନ କୋଲକାତା ନାଇଟ ରାଇଡର୍ସ ଓ ସନରାଇଜର୍ସ ଅହମଦାବାଦ ମଧ୍ୟରେ ଆଇପିଏଲ ମ୍ୟାଚ ଦେଖିବା ପାଇଁ ଶାହରୁଖ ଅହମଦାବାଦରେ ପହଞ୍ଚିଥ‌ିଲେ। ‌ସେଠାରେ  ସେ ଆଇଟିସି ନର୍ମଦା ହୋଟେଲରେ ରହିଥିଲେ।

କେକେଆର୍‌ ଓ ଏସ୍‌ଆର୍‌ଏଚ୍‌ ମ୍ୟାଚ୍‌ ସମୟରେ ଶାହରୁଖ୍‌ ଷ୍ଟାଡିୟମ୍‌ରେ ଉପସ୍ଥିତ ଥିଲେ। ସେଠାରୁ ବିଳମ୍ବିତ ରାତିରେ ନିଜ ଟିମ୍‌ କେକେଆର୍‌ ସହ ଆଇଟିସି ନର୍ମଦା ହୋଟେଲ୍‌ ଯାଇଥିଲେ। ହଠାତ ଆଜି ସକାଳେ ସେ ଅସୁସ୍ଥ ଅନୁଭବ କରିଥିଲେ। ତେଣୁ ଅପରାହ୍ନ ପ୍ରାୟ ଗୋଟାଏ ବେଳକୁ ଶାହରୁଖଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ଚିକିତ୍ସା ପରେ ସେ ସୁସ୍ଥ ହୋଇଯାଇଛନ୍ତି। ତାଙ୍କୁ ହସ୍ପିଟାଲରୁ ଛୁଟି କରି ଦିଆଯାଇଛି। ଶାହରୁଖଙ୍କ ଝିଅ ସୁହାନା ଖାନ ଓ ପୁଅ ଅବରାମ ଅହମଦାବାଦରେ ହିଁ ଅଛନ୍ତି।

ବର୍ତ୍ତମାନ ଶାହରୁଖଙ୍କ ଅବସ୍ଥା ସ୍ଥିର ରହିଛି। ସୁସ୍ଥ ହେବାଯାଏଁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି। ଶାହରୁଖ୍‌ଙ୍କ ଅସୁସ୍ଥ ଖବର ଶୁଣିବା ପରେ ତାଙ୍କ ପତ୍ନୀ ଗୌରୀ ଖାନ୍‌, ବ୍ୟବସାୟୀ ଜୟ ମେହେଟ୍ଟା, ଜୁହି ଚାୱଲା ପ୍ରମୁଖ ହସ୍‌ପିଟାଲ୍‌ରେ ପହଞ୍ଚିଥିଲେ।

ଆଇପିଏଲ୍ ୨୦୨୪ର ଅନ୍ତିମ ମ୍ୟାଚ୍ ମଇ ୨୬ରେ ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଯଦି ଶାହରୁଖଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହେ, ତେବେ ଏହି ଟାଇଟଲ୍ ମ୍ୟାଚରେ ଶାହାରୁଖଙ୍କୁ ମଧ୍ୟ ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର