ଅହମଦାବାଦ: ବଲିଉଡ୍ ଅଭିନେତା ଶାହରୁଖ ଖାନ୍ ଅଂଶୁଘାତର ଶିକାର ହେବାରୁ ତାଙ୍କୁ ଅହମଦାବାଦର କେଡି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ହସ୍ପିଟାଲ୍ କର୍ତ୍ତୃପକ୍ଷ ଏନେଇ ଏକ ପ୍ରେସ୍ବିଜ୍ଞପ୍ତିରେ କହିଛନ୍ତି ଯେ କେକେଆର୍ ଓ ଏସ୍ଆର୍ଏଚ୍ ମ୍ୟାଚ୍ ସମୟରେ ଶାହରୁଖ୍ ଷ୍ଟାଡିୟମ୍ରେ ଉପସ୍ଥିତ ଥିଲେ। ସେଠାରୁ ବିଳମ୍ବିତ ରାତିରେ ନିଜ ଟିମ୍ କେକେଆର୍ ସହ ଆଇଟିସି ନର୍ମଦା ହୋଟେଲ୍ ଯାଇଥିଲେ। ଆଜି ସକାଳେ ସେ ଅସୁସ୍ଥ ଅନୁଭବ କରିଥିଲେ। ଅପରାହ୍ଣ ପ୍ରାୟ ଗୋଟାଏ ବେଳେ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି। ସୁସ୍ଥ ହେବାଯାଏଁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି। ଶାହରୁଖ୍ଙ୍କ ଅସୁସ୍ଥ ଖବର ଶୁଣିବା ପରେ ତାଙ୍କ ପତ୍ନୀ ଗୌରୀ ଖାନ୍, ବ୍ୟବସାୟୀ ଜୟ ମେହେଟ୍ଟା, ଜୁହୀ ଚାୱଲା ପ୍ରମୁଖ ହସ୍ପିଟାଲ୍ରେ ପହଞ୍ଚିଛନ୍ତି।
ଶାହରୁଖ ଖାନ୍ଙ୍କୁ ଅଂଶୁଘାତ, ହସ୍ପିଟାଲ୍ରେ ଭର୍ତ୍ତି
/sambad/media/post_attachments/wp-content/uploads/2024/05/sfsfsfhhfshfshf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)