ଏହି କାରଣ ପାଇଁ ଜେଲ୍‌ ଯିବାକୁ ବାଧ୍ୟ ହୋଇଥିଲେ ଶାହାରୁଖ୍‌

ମୁମ୍ବାଇ : ବଲିଉଡ୍‌ର ବାଦ୍‌ଶାହା ଶାହାରୁଖ୍‌ ଖାନ୍‌ ଏକ ସାକ୍ଷାତକାରରେ ଜେଲ୍‌ ଯିବା ସମୟକୁ ମନେ ପକାଇଛନ୍ତି । ବିଶ୍ୱର ଲୋକପ୍ରିୟ ଟିଭି ଉପସ୍ଥାପକ ଡେଭିଡ୍‌ ଲେଟରମ୍ୟାନଙ୍କୁ ସାକ୍ଷାତକାର ଦେଇ ସେ ଗୋଟେ ଦିନ ଜେଲ୍‌ରେ ରହିଥିଲେ ବୋଲି ଜଣାଇଛନ୍ତି । ନେଟ୍‌ଫ୍ଲିକ୍ସରେ ପ୍ରସାରିତ ହେଉଥିବା ଅନ୍‌ ମାଇଁ ନେକ୍ସଟ୍‌ ଗେଷ୍ଟରେ ପହଞ୍ଚି ସେ ନିଜର ପୁରୁଣା ଦିନକୁ ମନେ ପକାଇଥିଲେ । ଶାହାରୁଖ୍‌ଙ୍କ ବିରୋଧରେ ଏକ ପତ୍ରିକାର ସମ୍ପାଦକ ବିବାଦୀୟ କଥା ଲେଖିଥିବାରୁ ଦୁହିଁଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏମିତି କି ଦୁହେଁ ମାର୍‌ପିଟ୍‌ କରିବା ଉପରକୁ ଆସି ଯାଇଥିଲେ ।

डायरेक्‍टर ने पत्‍नी के साथ रात बिताने को कहा!
oneindia.com

୯୦ଦଶକରେ ଘଟିଥିବା ସେହି ଘଟଣାକୁ ମନେ ପକାଇ ଶାହାରୁଖ୍‌ କହିଥିଲେ କି, ସେ ସମୟରେ ମୁଁ ନୂଆ କରି ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଉଥିଲି । ଏକ ପତ୍ରିକାର ମୋତେ ନେଇ ଭୁଲ ତଥ୍ୟ ଦିଆଯାଇଥିଲା । ଫିଲ୍ମରେ ଅନ୍ତରଙ୍ଗ ଦୃଶ୍ୟରେ କାମ କରିବା ପାଇଁ ନିର୍ଦ୍ଦେଶକ ମୋତେ ତାଙ୍କ ପତ୍ନୀଙ୍କ ସହ ସାରା ରାତି ରହିବା ପାଇଁ କହିଥିବା କଥା ପତ୍ରିକାରେ ଲେଖାଯାଇଥିବା ଜାଣି ମୁଁ ରାଗି ଯାଇଥିଲି । ତୁରନ୍ତ ମୁଁ ପତ୍ରିକାର ସମ୍ପାଦକଙ୍କୁ ଫୋନ କରିବା ସହ ଏଭଳି କରିବାର କାରଣ ପଚାରିଥିଲି । ସେ ମୋତେ ଏହାକୁ ହାଲୁକାରେ ନେବା ପାଇଁ କହିଥିଲେ । ଯାହା ପାଇଁ ମୁଁ ତାଙ୍କ ଅଫିସ ଯାଇ ପାଟିତୁଣ୍ଡ କରିଥିବାରୁ ମୋତେ ଗୋଟେଦିନ ଜେଲ୍‌ରେ ରହିବାକୁ ପଡ଼ିଥିଲା ।

ସମ୍ବନ୍ଧିତ ଖବର