ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର: ପୁଣି ଏକତ୍ର ନଜର ଆସୁଛନ୍ତି ଶାହାରୁଖ ଓ କାଜଲ

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଯୋଡ଼ି କିଙ୍ଗ୍‌ଖାନ ଶାହାରୁଖ ଓ ଚୁଲ୍‌ବୁଲି ନାୟିକା କାଜଲଙ୍କ ନାଁ ଉଠିଲେ ଅନେକ ସିନେ ପ୍ରେମୀ ଖୁସିରେ ଝୁମି ଉଠନ୍ତି। ଯେଉଁ ଚଳଚ୍ଚିତ୍ରରେ ଏ ଦୁହେଁ ସାଙ୍ଗ ହୋଇ ଅଭିନୟ କରିଥିବେ ଚଳଚ୍ଚିତ୍ରଟି ନିଶ୍ଚୟ ଭଲ ହୋଇଥିବ ବୋଲି ଅନେକଙ୍କର ଧାରଣ ରହିଛି। ତେବେ ଶାହାରୁଖ ଓ କାଜଲଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ସୂତ୍ରରୁ ଶୁଣିବାକୁ ମିଳୁଛି ଯେ ଏହି ଯୋଡ଼ି ରାଜକୁମାର ହିରାନୀଙ୍କ ନୂଆ ପ୍ରକଳ୍ପରେ ଏକତ୍ର ନଜର ଆସିବାକୁ ଯାଉଛନ୍ତି। ଏହି ଦୁଇ ଜଣଙ୍କ ବ୍ୟତୀତ ଚଳଚ୍ଚିତ୍ରରେ ବିଦ୍ୟା ବାଲାନ, ତାପସୀ ପାନ୍ନୁ, ମନୋଜ ବାଜପେୟୀ ଓ ବୋମନ ଇରାନୀ ଆଦି ଦେଖିବାକୁ ମିଳିବେ।

ଆପଣ ଜାଣିଥିବେ ନିଶ୍ଚୟ ଯେ ଗତବର୍ଷ ଶାହାରୁଖ ଓ କାଜଲଙ୍କ ଦିଲୱାଲେ ଦୁହ୍ଲନିଆଁ ଲେ ଜାଏଗେଁ(ଡିଡିଏଲ୍‌ଜି) ଚଳଚ୍ଚିତ୍ରକୁ ୨୫ ବର୍ଷ ପୂରିଛି। ତେବେ ଶାହାରୁଖ ଓ କାଜଲ ଏହି ନୂଆ ଚଳଚ୍ଚିତ୍ରରେ ଟିକେ ମଜାଳିଆ ଅନ୍ଦାଜରେ ନଜର ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଚଳଚ୍ଚିତ୍ରଟି ଆମ ଦେଶର ପଞ୍ଜାବ ଓ କାନ୍ନାଡା ମଧ୍ୟରେ ଜଣେ ବ୍ୟକ୍ତିର ଯାତ୍ରାକୁ ବ୍ୟାଙ୍ଗାତ୍ମକ ଭାବେ ଦର୍ଶାଯାଇଛି ବୋଲି ଖବର ରହିଛି।

ସମ୍ବନ୍ଧିତ ଖବର